ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ଓଡ଼ିଶା ହାଇକୋର୍ଟ

କଟକ: ବିବାହ ପ୍ରଲୋଭନ ଦେଖାଇ ଶାରିରିକ ସମ୍ପର୍କ ସ୍ଥାପନା ଦୁଷ୍କର୍ମ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । କୋରାପୁଟର ପଟାଙ୍ଗୀ ଥାନାରେ ୨୭.୧୧.୨୦୧୯ରେ ଦାଏର ଏତଲାରେ ଜଣେ ୧୮ ବର୍ଷୀୟା ଯୁବତୀ ନିଜ ଗାଁର ଜଣେ ଯୁବକଙ୍କ ବିରୋଧରେ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ସେତେବେଳେ ସେହି ଯୁବକ ଜଣକ ଜେଲ ମଧ୍ୟ ଯାଇଥିଲେ । ଯୁବକଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି ।

ଅଭିଯୋଗରେ ଯୁବତୀ ଜଣକ ଉଲ୍ଲେଖ କରିଥିଲେ ଯେ, ଅଭିଯୁକ୍ତଙ୍କର ତାଙ୍କ ସହିତ ପ୍ରେମ ସମ୍ପର୍କଥିଲା । ଯୋଗାଯୋଗ ରଖିବା ପାଇଁ ତାଙ୍କୁ ସଂପୃକ୍ତ ଯୁବକ ମୋବାଇଲ ଫୋନ୍ ଦେଇଥିଲେ । ବିବାହର ପ୍ରତିସ୍ରୁତି ଦେଇ ତାଙ୍କ ସହ ଯୁବକ ଶାରିରିକ ସମ୍ପର୍କ ରଖିଥିଲେ ।ଏପିରିକ ଦୁଇ ଦୁଇଥର ତାଙ୍କର ଗର୍ଭପାତ କରାଇଥିବା ମଧ୍ୟ ଯୁବତୀ ଏତଲାର ଉଲ୍ଲେଖ କରିବା ସହ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।

ଅଭିଯୋଗକାରିଣୀଙ୍କ ଓକିଲ ଜାମିନ ଆବେଦନକୁ ବିରୋଧ କରି ଯୁକ୍ତି କରିଥିଲେ ଯେ,ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ।ଯୁବତୀଙ୍କ ନିରିହତାର ଫାଇଦା ଉଠାଇ ଅଭିଯୁକ୍ତ ବିବାହର ଲୋଭ ଦେଖାଇ ତାଙ୍କ ସହ ଶାରିରିକ ସମ୍ପର୍କ ରଖିଥିଲେ । ଦୁଇ ଦୁଇଥର ତାଙ୍କ ମହକିଲଙ୍କ ଗର୍ଭପାତ କରାଯାଇଛି ବୋଲି ଅଦାଲତରେ ଯୁକ୍ତି ରଖିଥିଲେ ।

ହାଇକୋର୍ଟ ମାମଲାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି କହିଥିଲେ ଯେ, ଅଭିଯୋଗକାରିଣୀ ସାବାଳିକା । ତେଣୁ କେହି ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରିରିକ ସମ୍ପର୍କ ରକ୍ଷା କରିବା ପ୍ରଶ୍ନ ଉଠୁନାହିଁ । ଯଦି ବି ସେଭଳି ସମ୍ପର୍କ ଥାଏ,ତେବେ ମଧ୍ୟ ଏହା ଭାରତୀୟ ଦଣ୍ଡ ସଂହିତାର ୩୭୬ ଅନ୍ତର୍ଗତରେ ଆସୁନାହିଁ । ଭାରତୀୟ ଦଣ୍ଡ ସଂହିତାର ୩୭୫ ଧାରାରେ ଦୁଷ୍କର୍ମର ଯେଉଁ ୭ ପରିଭାଷା ବର୍ଣ୍ଣନା କରାଯାଇଛି ତାହା ଭିତରେ ବିବାହ ପ୍ରତିସ୍ରୁତି ଦେଇ ଶାରିରିକ ସମ୍ପର୍କ ଆସୁନାହିଁ । ତେଣୁ ବିବାହ ପ୍ରଲୋଭନ ଦେଖାଇ ଶାରିରିକ ସମ୍ପର୍କ ଦୁଷ୍କର୍ମ ନୁହେଁ ।

Leave a Reply