କ୍ରୋଧର ବହ୍ନିରେ ଜଳି ହତ୍ୟା କଲା ଗର୍ଭବତୀ ପତ୍ନୀଙ୍କୁ !

ବୌଦ୍ଧ: ରାକ୍ଷାସ ସ୍ୱାମୀ । କ୍ରୋଧର ବହ୍ନିରେ ଜଳି ହତ୍ୟା କଲା ଗର୍ଭବତୀ ପତ୍ନୀଙ୍କୁ ! ଏଭଳି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲାରୁ । ଆଉ ଦିନ କେଇଟା ପରେ ମା’ ଜନ୍ମ ଦେଇଥାନ୍ତା ତାର ଶିଶୁକୁ । ହେଲେ ପିଶାଚ ସ୍ୱାମୀ ନିଜ ଗର୍ଭବତୀ ପତ୍ନୀଙ୍କୁ ଅତି ନିର୍ଦୟ ଭାବେ ହତ୍ୟା କଲା । ଟିକେ ବି ଭାବିଲାନି ତା’ର ସନ୍ତାନ କଥା ।

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ରକ୍‌ସା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୯ ମାସର ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିଛି ସ୍ୱାମୀ । ଏନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ବିବାହର କିଛି ଦିନ ପରେ ତାଙ୍କ ଝିଅ କବିତା ମେହେରକୁ ଶ୍ୱଶୁର ଘର ଲୋକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ବାରମ୍ବାର ଏଭଳି ଅଭିଯୋଗ କରିବାରୁ ଉଭୟ ଝିଅ ଓ ଜ୍ୱାଇଁ ବଳରାମଙ୍କୁ ସେ ନିଜ ଘରକୁ ଡାକି ଆଣିଥିଲେ । ତେବେ ଏଥିରେ କବିତାର ଶ୍ୱଶୁର ଘର ଲୋକ ଅଧିକ ଉତ୍‌କ୍ଷିପ୍ତ ହୋଇଥିଲେ । ଏମିତିକି ବିଭିନ୍ନ ସମୟରେ ବଳରାମ ଶ୍ୱଶୁର ଘରେ ରହି ମଧ୍ୟ କବିତାକୁ ନିର୍ଯାତନା ଦେଉଥିଲା । ଏହା ସହ ଯୋଜନା ବଦ୍ଧ ଭାବେ ବଳରାମ ମେହେର କବିତାଙ୍କୁ ହତ୍ୟା କରିଛି ବୋଲି ମହିଳାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ତେବେ ମୃତ୍ୟୁ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ପତ୍ନୀ କବିତାଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ସ୍ୱାମୀ ବଳରାମ ଫେରାର ରହିଛି ।

Leave a Reply