‘ଅମ୍ଫାନ’ ସହାୟତା ପାଇଁ କେଜ୍ରିୱାଲଙ୍କ ଅଫର୍, ନବୀନଙ୍କୁ ଧନ୍ୟବାଦ ଦେଲେ ମମତା

1 min read

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ଉପକୂଳ ଓଡ଼ିଶା ସହ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଛି । କରୋନା ସଂକଟ ଭିତରେ ବାତ୍ୟା ଧନଜୀବନ ହାନି କରିଛି । ଦୁଃସମୟରେ ସହାୟତା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ର ଅରବିନ୍ଦ କେଜ୍ରିୱାଲ । ସେ ଟ୍ୱିଟ୍ କରି କହିଛନ୍ତି ଓଡ଼ିଶା ଚାହିଁଲେ, ଦିଲ୍ଲୀବାସୀଙ୍କ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦିଆଯିବ ।

ଓଡ଼ିଶା ଭଳି କେଜ୍ରିୱାଲ ପଶ୍ଚିମବଙ୍ଗକୁ ଟ୍ୱିଟରରେ ସମାନ ଅଫର କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଖିଛନ୍ତି ସାହାଯ୍ୟ ପାଇଁ ଦିଲ୍ଲୀ ପ୍ରସ୍ତୁତ ।

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ବିପଦ ସମୟରେ ସାହାଯ୍ୟ ପାଇଁ ଆଗଭର ଥିବାରୁ କୃତଜ୍ଞତା ଜଣାଉଛି । ରାଜ୍ୟରେ ପୁନରୁଦ୍ଧାର କାର୍ଯ୍ୟକୁ ଜାରି ରଖିଛୁ ବୋଲି ଲେଖିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗକୁ ଆବଶ୍ୟକ ସମସ୍ତ ସାହାଯ୍ୟ ଯୋଗାଇଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମୋଦି ଶୁଣିଲେ ଦିଦିଙ୍କ ଅପିଲ୍, କାଲି ଆସିବେ ପଶ୍ଚିମବଙ୍ଗ ଓ ଓଡ଼ିଶା ଗସ୍ତରେ

Leave a Reply