ମହିଳାଙ୍କୁ ହତ୍ୟା ପରେ ୨୦୦ କିଲୋମିଟର ଦୂରରେ ଫୋପାଡ଼ି ଦେଇଥିଲେ ଦମ୍ପତି

Ganjam Police Arrested Couple On Women murder Case

ଭଞ୍ଜନଗର: ଗଞ୍ଜାମ ପୋଲିସକୁ ବଡ଼ ସଫଳତା । ଜଗନ୍ନାଥପ୍ରସାଦ ଥାନା ଭୂଷଣ୍ଡପାଳ ଗାଁ ନିକଟ ଜମିରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ଦମ୍ପତିକୁ ଗିରଫ କରିଛି । ଏଥିସହ ହତ୍ୟାରେ ବ୍ୟବହୃତ କାରକୁ ଜବତ କରିଛି ଜଗନ୍ନାଥପ୍ରସାଦ ପୋଲିସ । ୨୦୧୦ ଡିସେମ୍ବର ୨ ତାରିଖରେ ଭୂଷଣ୍ଡପାଳ ଗାଁ ନିକଟ ଜମିରୁ ଅଜଣା ଯୁବତୀଙ୍କ ମୃତଦେହ ମିଳିଥିଲା । ଏହି ଘଟଣାର ମାସେ ୧୦ ଦିନ ପରେ ପୋଲିସ ହାତରେ ଧରାପଡ଼ିଛନ୍ତି ଅପରାଧୀ । ପ୍ରେସମିଟ୍ କରି ଗଞ୍ଜାମ ଏସପି ବ୍ରିଜେଶ ରାୟ ମର୍ଡର ଉପରୁ ପରଦା ଉଠାଇଛନ୍ତି ।

Ganjam Police Arrested Couple On Women murder Case

ମୃତକ ଜଣଙ୍କ ଭୁବନେଶ୍ୱରର ଜଣକ ଘରେ କାମ କରୁଥିଲେ । ଅଭିଯୁକ୍ତ ଦମ୍ପତି ମହିଳା ଜଣଙ୍କୁ କାମ ପଡ଼ିଲେ କଲ୍ କରିବେ କହି ମୋବାଇଲ୍ ନମ୍ବର ଦେଇଥିଲେ । ପରେ ଘରକୁ କାମ କରିବାକୁ ଡାକି ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିଲେ ଦମ୍ପତି । ଏମିତି ନିର୍ଯାତନା ଦେବାବେଳେ ମହିଳା ଜଣଙ୍କ ମୃତ୍ୟୁ ଘଟିଥିଲା । ହତ୍ୟାକୁ ଲୁଚାଇବାକୁ ଯାଇ ସ୍ୱାମୀ, ସ୍ତ୍ରୀ ଏକ ଓଲା କାର ଭଡ଼ା କରି ମୃତଦେହକୁ ଜଗନ୍ନାଥପ୍ରସାଦର ଭୂଷଣ୍ଡପାଳ ଗାଁ ନିକଟରେ ଫୋପାଡ଼ି ଦେଇଥିଲେ ବୋଲି ପୋଲିସ ସୂଚନା ଦେଇଛି । ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି ତାର ତଦନ୍ତ କରୁଛି ପୋଲିସ ।

Leave a Reply