ନୟାଗଡ଼ ଅଭିମୁଖେ ଶ୍ରୀମନ୍ଦିର ପ୍ରଶାସନର ୪ ଜଣିଆ ଟିମ୍

Process Starts For Rath Katha Anukul Nayagarh %%sitename%% NandighosaTV

ପୁରୀ: ଚଳିତବର୍ଷ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଶ୍ରୀମନ୍ଦିର ପ୍ରଶାସନ । ରଥ କାଠ ନିମନ୍ତେ ଗଛକଟା ଅନୁକୂଳ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ ଜଣିଆ ଟିମ୍ ନୟାଗଡ଼ ଅଭିମୁଖେ ଯାତ୍ରା କରିଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ରଥ ତତ୍ତ୍ୱାବଧାରକ, ରଥ ଅମିନ୍ ଓ ଭୋଇ ସର୍ଦ୍ଦାର ଏହି ଅନୁକୂଳରେ ଯାଇଛନ୍ତି ।

Process Starts For Rath Katha Anukul

ଅନୁକୂଳ ନିମନ୍ତେ ସାଙ୍ଗରେ ମହାପ୍ରଭୁଙ୍କ ଲାଗି ମାଳମହାର୍ଦ୍ଦ, ଖଣ୍ଡୁଆ, ଧୂପ, ଦୀପ, ନଡ଼ିଆ ପ୍ରଭୃତି ନେଇଛନ୍ତି । ପରମ୍ପରା ଅନୁଯାୟୀ ରଥକାଠ ନିମନ୍ତେ ଗଛ କଟାଯିବା ପୂର୍ବରୁ ଗଛ ଚିହ୍ନଟ ହୋଇ ଗଣିଆର ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ହୋଇଥାଏ । ତା’ପରେ ଗଛକଟା ଅନୁକୂଳ ହୋଇଥାଏ ।

Process Starts For Rath Katha Anukul

ଆବଶ୍ୟକୀୟ ଗଛ କଟାଯାଇ ନୟାଗଡ଼ ବନବିଭାଗ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଇଥାଏ । ରଥ ସହିଂତା ଅନୁଯାୟୀ ତିନି ରଥ ନିର୍ମାଣ ଲାଗି ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥାଏ । ତେବେ, ଗତବର୍ଷର ୬୯ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ବଳକା ରହିଥିବା ବେଳେ ବାକି ୭୯୬ ଖଣ୍ଡ କାଠ ଅଣାଯିବ ।

Leave a Reply