କରୋନା ମୃତ୍ୟୁସଂଖ୍ୟା ୮୩କୁ ବୃଦ୍ଧି, ଗଞ୍ଜାମରୁ ଆଉ ୨ ମୃତ

1 min read

ଭୁବନେଶ୍ୱର: ସଂକ୍ରମଣ ସହ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ମୃତ୍ୟୁସଂଖ୍ୟା । ଆଜି ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୮୩ରେ ପହଞ୍ଚିଛି । ଗଞ୍ଜାମର ୨ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ଗଜପତି ଓ ଅନୁଗୁଳର ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଅନୁଗୁଳ ଜିଲ୍ଲାର ୬୬ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ମସ୍ତିଷ୍କ ଟ୍ୟୁମରରେ ଆକ୍ରାନ୍ତ ଥିଲେ । ସେହିଭଳି ଗଜପତି ଜିଲ୍ଲାର ୫୬ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ମଧୁମେହ ସହ ହୃଦରୋଗରେ ପୀଡ଼ିତ ଥିଲେ ବୋଲି ଜଣାପଡ଼ିଛି ।

ଗଞ୍ଜାମର ମୃତ୍ୟୁ ବରଣ କରିଥିବା ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ବୟସ ୫୭ ଓ ଅନ୍ୟ ଜଣେ ୬୦ ବର୍ଷ । ଉଭୟ ଆକ୍ରାନ୍ତ ପୁରୁଷ । ୫୭ ବର୍ଷୀୟ ବ୍ୟକ୍ତି ମଧୁମେହରେ ପୀଡ଼ିତ ଥିବାବେଳେ ୬୦ ବର୍ଷୀୟ ବ୍ୟକ୍ତି କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଆଜି ୨ ନୂଆ ମୃତ୍ୟୁ ସହ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଛି । ଯେତେବେଳେ କି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୯୮ ଛୁଇଁଛି ।

ସଂକ୍ରମଣ ରୋକିବାକୁ ସରକାର କଡ଼ା ପଦକ୍ଷେପ ନେଉଛନ୍ତି । ଆଜିଠାରୁ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ପୌରାଞ୍ଚଳରେ ଲକଡାଉନ୍ ଲାଗୁ ହେଉଛି । ଆଜି ରାତି ୯ଟାରୁ ଲକଡାଉନ୍ ଜୁଲାଇ ୩୧ ତାରିଖ ଯାଏଁ ବଳବତ୍ତର ରହିବ । ଏହି ସମୟରେ ଟେଷ୍ଟିଂକୁ ତ୍ୱରାନ୍ୱିତ କରାଯିବ ।

ଖୁସି ଖବର, ରାଜ୍ୟର ଏହି ଜିଲ୍ଲାରେ ଏବେ ନାହାଁନ୍ତି କରୋନା ରୋଗୀ

Leave a Reply