ବୈଠକ ପୂର୍ବରୁ ବୈଠକ ନେଲେ ଗୃହମନ୍ତ୍ରୀ, ୯ ତାରିଖରେ ହେବ ନାହିଁ ଆଲୋଚନା

ନୂଆଦିଲ୍ଲୀ: ସମୟ ଯେତେ ଗଡୁଛି, ନିଆଁ ସେତେ ବଢୁଛି । ଦିଲ୍ଲୀରେ ତେଜୁଥିବା ଚାଷୀ ତାତି ପଲ୍ଲୀରେ ପ୍ରବେଶ କଲାଣି । ଜିଦରେ ଅଟଳ ଚାଷୀ ଆଜି ଭାରତ ବନ୍ଦର ଡାକରା ଦେଇ ଦେଶକୁ ଠପ କରିଦେଇଥିଲେ । ଆସନ୍ତାକାଲି ଅର୍ଥାତ ଡିସେମ୍ବର ୯ ତାରିଖରେ କେନ୍ଦ୍ର ସରକାର ସହ ବୈଠକ ଥିବାବେଳେ ଆଜି ହଠାତ ୧୩ ଜଣ ଚାଷୀ ନେତାଙ୍କ ସହ ବୈଠକ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେପଟେ ଆସନ୍ତା କାଲି ବୈଠକ ହେବ ନାହିଁ ବୋଲି କହିଛନ୍ତି ଚାଷୀ ନେତା ହନନ ମୁଲ୍ଲା  ।

ପ୍ରାୟ ଏକ ଘଣ୍ଟା ଧରି ଗୃହମନ୍ତ୍ରୀଙ୍କ ସହ ଚାଷୀ ନେତାଙ୍କ ବୈଠକ ଜାରି ରହିଥିଲା । ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଥିବାବେଳେ ଅମିତ ଶାହାଙ୍କ ଆଜିର ବୈଠକ କେତେ ଫଳପ୍ରଦ ହେଉଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏମଏସପି ସ୍ଥାୟିତ୍ୱ ଏବଂ କୃଷି ଉତ୍ପାଦ ବଜାର କମିଟିକୁ ଅପିରବର୍ତ୍ତିତ ରଖିବା ଦାବିରେ ୧୩ ଦିନ ଧରି ଆନ୍ଦୋଳନରତ ଚାଷୀ ।

କୋଭିଡ ସମୟରେ ଚାଷୀଙ୍କ ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିବାବେଳେ ପାଞ୍ଚ ପାଞ୍ଚ ଥରର ବୈଠକ ପରେ ମଧ୍ୟ ଫେଲ ମାରିଛନ୍ତି ସରକାର । ସେପଟେ ୯ ତାରିଖରେ ପୁନର୍ବାର ଚାଷୀଙ୍କ ଦାବିକୁ ଆଲୋଚନା କରିବାକୁ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର ।

Leave a Reply