କରୋନା ଟିକା ନେଇ କେନ୍ଦ୍ର ମନ୍ତ୍ରାଳୟର ବଡ଼ ସୂଚନା: ଆପ୍ ମାଧ୍ୟମରେ ଟିକାକରଣ ନେଇ କରିପାରିବେ ପଞ୍ଜିକରଣ

1 min read

ନୂଆଦିଲ୍ଲୀ: ଫାଇଜର ସମେତ ୩ କରୋନା ଟିକା ନର୍ମାତା ଟିକାର ଜରୁରୀକାଳୀନ ବ୍ୟବହାର ନେଇ ଭାରତକୁ ଅନୁମତି ମାଗିଛନ୍ତି । ଏହି ଟିକାକରଣ କାର୍ଯ୍ୟକ୍ରମ ବହୁତ ଶୀଘ୍ର ଆରମ୍ଭ ହେବ । ମଙ୍ଗଳବାର ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦେଇଥିବା ସୂଚନା ମୁତାବକ କୋ-ଓ୍ୱିନ୍ (co-win) ନାମକ ଆପର ନିର୍ମାଣ କରାଯାଇଛି, ଯାହା ସମ୍ପୂର୍ଣ୍ଣ ପ୍ରକ୍ରିୟାର ମନିଟରିଂ କରିବ । ଏହା ଇଲୋକଟ୍ରନିକ୍ ଭ୍ୟାକ୍ସିନ୍ ଇଣ୍ଟଲିଜେନ୍ସି ନେଟଓ୍ୱର୍କର(eVIN)ର ଅପଗ୍ରେଟେଡ ଭର୍ସନ ।

ଏହି ଆପ ପ୍ରଶାସକ, ଟିକା ପ୍ରଦାନକାରୀ ଏବଂ ଯେଉଁ ମାନେ ଟିକା ପାଇବେ ସମସ୍ତଙ୍କ ପାଇଁ ଏହା ସହାୟକ ହେବ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ସରକାର ଟିକାକରଣ ନେଇ ନିହାତି ଆବଶ୍ୟକ ଥିବା ବର୍ଗର ଲୋକଙ୍କୁ ଏହି ଟିକା ପ୍ରଦାନ କରିବେ । ଯେଉଁମାନଙ୍କ ମଧ୍ୟରେ ସମସ୍ତ ଫ୍ରଣ୍ଟ ଲାଇନ ଓ୍ୱର୍କରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ  ଏବଂ ଜରୁରୀ ସେବା ପ୍ରଦାନକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦାନ କରାଯିବ । ଏହା ପର ପର୍ଯ୍ୟାୟରେ ଅନ୍ୟାନ୍ୟ ରୋଗ ଥିବା ବ୍ୟକ୍ତିଙ୍କୁ ଏହି ଭ୍ୟାକ୍ସିନ ଦିଆଯିବ । ଏଥିନିମନ୍ତେ ଲୋକେ ନିଜେ ନିଜ ନାମ ପଞ୍ଜିକରଣ କରିପାରିବେ । କୋ-ଓ୍ୱିନ୍ ଆପ ସହାୟତାରେ ଏହି ରେଜିଷ୍ଟ୍ରେସନ ହୋଇପାରିବେ ।

Leave a Reply