ସରକାରଙ୍କ ତରଫରୁ ଚାଷୀଙ୍କୁ ଦିଆଯିବ ଲିଖିତ ବାର୍ତ୍ତା

ନୂଆଦିଲ୍ଲୀ: ବୁଝୁ ନାହାଁନ୍ତି ଚାଷୀ ମନାଉଛନ୍ତି ସରକାର । ଏଥିପାଇଁ ଚାଲିଛି ଘନ ଘନ ବୈଠକ । ଏହାକୁ ନେଇ ଆଜି ବସିବନି ଚାଷୀ ଓ ସରକାରଙ୍କ ମଧ୍ୟରେ ବୈଠକ । ଗତକାଲି ଶାହାଙ୍କ ବାସଭବନରେ ୨ଘଣ୍ଟାର ବୈଠକ ପରେ  ଏହି ସୂଚନା ଦେଇଛନ୍ତି କୃଷକ ନେତା  । ଆଜି ସରକାରଙ୍କ ତରଫରୁ ଚାଷୀଙ୍କ ପାଇଁ ଏକ ଲିଖିତ ବାର୍ତ୍ତା ପ୍ରଦାନ କରାଯିବ  । ଏହାକୁ ସିନ୍ଧୁ ବର୍ଡର ନିକଟରେ ଚାଷୀମାନେ ଆଲୋଚନା କରିବେ  ।

ଗତକାଲି ରାତିରେ ୨ଘଣ୍ଟା ଧରି  ଧରି ୧୩ଜଣ କୃଷକ ନେତାଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ  । ସେପଟେ କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ୧୪ ଦିନରେ ପହଞ୍ଚିଛି  । ଜିଦ୍‌ରେ ଅଟଳ ଚାଷୀ ଶୀତକାକରରେ ଧାରଣାରେ ବସିରହିଛନ୍ତି ହଜାର ହଜାର ଚାଷୀ ।

Leave a Reply