ଅପମିଶ୍ରିତ ମସଲା ଓ ବିଭିନ୍ନ କମ୍ପାନୀର ଜରି ପ୍ୟାକେଟ ଜବତ

ଅନୁଗୁଳ: ଶରୀର ପାଇଁ କାଳ ହେଉଛି ଅପମିଶ୍ରିତ ଖାଦ୍ୟପଦାର୍ଥ । ଦିନକୁ ଦିନ ବିଭିନ୍ନ ଜିଲ୍ଲାରେ ଚଢାଉ କରାଯାଇ ଅପମିଶ୍ରିତ ଖାଦ୍ୟ ସମଗ୍ରୀ ଜବତ କରାଯାଉଛି । ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବେ ସବୁ ନକଲି । ଟ୍ୱିନସିଟି ପରେ ପରେ ଏବେ ବିଭିନ୍ନ ଜିଲ୍ଲାରେ ମଧ୍ୟ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଛି । ଏନେଇ ଅନୁଗୁଳ ସହର ନିକଟବର୍ତ୍ତୀ ଭଣ୍ଡୁବର ନିକଟରେ ଥିବା ଏକ ଖାଦ୍ୟ କାରଖାନା ଉପରେ ଚଢ଼ାଉ ହୋଇଛି ।

ଅନୁଗୁଳ ସ୍ପେଶାଲ ସ୍କ୍ୱାର୍ଡ ଓ ସଦର ଥାନା ପୋଲିସ ଗତକାଲି ରାତି ପ୍ରାୟ ୯ଟା ବେଳେ ଚଢ଼ାଉ କରି ବିପୁଳ ପରିମାଣର ନକଲି ସାମଗ୍ରୀ, ମସଲା ଓ ବିଭିନ୍ନ କମ୍ପାନୀର ଜରି ପ୍ୟାକେଟ ଜବତ କରିଛନ୍ତି । ଏହା ସହ ଏହି କାରଖାନାର ମାଲିକ ସନ୍ଦୀପ ଗୋୟଲକୁ ଅଟକ ରଖାଯାଇଛି । ପ୍ରାୟ ପାଞ୍ଚ ବର୍ଷ ହେଲା ଏହି କାରଖାନା ଏଠାରେ ଚାଲିବା ସହ ବିଭିନ୍ନ କମ୍ପାନୀ ନାଁରେ ପ୍ୟାକେଟ ସିଲ କରି ବଜାରରେ ବିକ୍ରି କରା ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ଆଜି ଅନୁଗୁଳ ସ୍ପେଶାଲ ସ୍କ୍ୱାର୍ଡ ଓ ପୋଲିସ ଚଢ଼ାଉ କରିଥିଲେ । ତଦନ୍ତ ପରେ କାରଖାନାର ସମସ୍ତ କାଗଜପତ୍ର ଠିକ ଅଛି କି ନାହିଁ ତାହା ଜଣା ପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave a Reply