ରେଡିଓ ମେଳା ୨୦୨୧ରେ ପ୍ରଦର୍ଶିତ ହେବ ୩ହଜାର ପୁରୁଣା ରେଡ଼ିଓ

ଭୁବନେଶ୍ୱର: ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତୀୟ ରେଡ଼ିଓ ମେଳା  । ୧୫ ଜଣ ଉପସ୍ଥାପକଙ୍କୁ ଦିଆଯିବ କରୋନା ଯୋଦ୍ଧା ସମ୍ମାନ ।  ଆସନ୍ତା ୧୩ ତାରିଖରୁ ସପ୍ତମ ଆଉଟରିଚ୍ ଅନ୍ତର୍ଜାତୀୟ ରେଡିଓ ମେଳା ୨୦୨୧ ଆୟୋଜିତ ହେବାକୁ ଯାଉଛି । ଭୁବନେଶ୍ୱରରେ ଦୁଇଦିନ ଧରି ଚାଲିବାକୁ ଥିବା ମେଳାର ମୁଖ୍ୟ ଆକର୍ଷଣ ସାଜିବେ ଦେଶର ଅନ୍ୟତମ ଲୋକପ୍ରିୟ ଆରଜେ ପ୍ରବୀଣ । ପ୍ରସାରଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଆରଜେ ପ୍ରବୀଣଙ୍କୁ ପ୍ରଦାନ କରାଯିବ ଆଉଟରିଚ ରେଡ଼ିଓ ଆୱାର୍ଡ ।

ସେହିପରି ଭଞ୍ଜ କଳା ମଣ୍ଡପରେ ଆୟୋଜିତ ହେବାକୁ ଥିବା ମେଳାରେ ୩୦୦୦ ପୁରୁଣା ରେଡିଓ, ଗ୍ରାମଫୋନ, ପ୍ରସାରଣ ସାମଗ୍ରୀ ଓ ହାମ ରେଡିଓ ପ୍ରଦର୍ଶିତ ହେବ । ଏହି ଅବସରରେ ୧୫ ଜଣ ରେଡ଼ିଓ ଉପସ୍ଥାପକଙ୍କୁ କୋରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯିବ । କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବିଦେଶୀ ରେଡ଼ିଓ ସଂସ୍ଥାଙ୍କ ଅଂଶଗ୍ରହଣ ଚଳିତ ବର୍ଷ ପାଇଁ ସ୍ଥଗିତ ରଖିଛି ଆୟୋଜକ ସଂସ୍ଥା ।

Leave a Reply