କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,କରୋନା ଟିକା ମାଗଣା କିନ୍ତୁ…

1 min read

ନୂଆଦିଲ୍ଲୀ: ଦେଶରେ କରୋନା ଟିକାର ଡ୍ରାଏ ରନ୍ ଆରମ୍ଭ ହୋଇ ସାରିଛି । ଦେଶର ୧୧୬ ଜିଲ୍ଲାର ୨୫୯ କେନ୍ଦ୍ରରେ ଭ୍ୟାକ୍ସିନର ଡ୍ରାଏ ରନ୍ ଚାଲିଛି । ଓଡ଼ିଶାର ୩୦ ଜିଲ୍ଲାରେ ମଧ୍ୟ ଡ୍ରାଏ ରନ୍ ଚାଲିଛି । ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ବଡ ଘୋଷଣା କରିଛନ୍ତି । ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି ।

ମାଗଣା କିନ୍ତୁ ସମସ୍ତଙ୍କୁ ଲଗାଯିବନି ଟିକା
ଯେଉଁମାନଙ୍କୁ କୋରନା ଟିକା ଦିଆଯିବା ସେମାନଙ୍କୁ ଏଥିପାଇଁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ । କିନ୍ତୁ ଦେଶର ୧୩୦ କୋଟି ନାଗରିକଙ୍କୁ ଟିକା ଦିଆଯିବ ନାହିଁ । ସରକାର ପୂର୍ବରୁ ଏହା ସ୍ପଷ୍ଟ କରିଦେଇଛନ୍ତି ଯେ, ସମସ୍ତ ଭାରତୀୟଙ୍କୁ ଟିକା ଲଗାଯିବାର ଆବଶ୍ୟକତା ନାହିଁ । କେବଳ ସେତିକି ଲୋକଙ୍କୁ ଟିକା ଦିଆଯିବ ଯାହା ଦ୍ୱାରା ଦେଶରେ କରୋନା ବିରୋଧରେ ହର୍ଡ୍ ଇମ୍ୟୁନିଟି ବିକଶିତ ହୋଇ ପାରିବ । ହର୍ଡ ଇମ୍ୟୁନିଟିର ଅର୍ଥ ହେଉଛି କରୋନା ସଂକ୍ରମଣର ଚେନ୍ ଛିନ୍ନ କରିବା । ତେବେ ଏବେ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରି ଦେଇଛନ୍ତି ଯେ, ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କଠାରୁ କୌଣସି ଟଙ୍କା ନିଆଯିବ ନାହିଁ । ଟିକା କେଉଁମାନଙ୍କୁ ଦିଆଯିବ ତାହା ସରକାର ଚିହ୍ନଟ କରିବେ ।
ପ୍ରଥମ ପର୍ଯ୍ୟାୟର ୩ କୋଟି
ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ନାଗରିକଙ୍କ ଟୀକାକରଣ କରାଯିବ । ଏହି ୫୧ ଲକ୍ଷଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ,କରୋନା ଯୋଦ୍ଧା,୫୦ ବର୍ଷରୁ ସେହିଭଳି ଅଧିକ ବୟସ୍କ ବ୍ୟକ୍ତି ସାମିଲ ଅଛନ୍ତି,ଯେଉଁମାନେ କୌଣସି ପ୍ରକାରର ଗମ୍ଭୀର ରୋଗରେ ପୀଡିତ ।
ଗୁଜବରୁ ଦୁରେଇ ରହିବାକୁ ପରାମର୍ଶ
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦେଶବାସୀଙ୍କୁ କରୋନା ଟିକାକୁ ନେଇ ଉଡୁଥିବା ଗୁଜବକୁ ବିଶ୍ୱାସ ନକରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ଲୋକେ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ଟିକାର ସୁରକ୍ଷା ଓ ତା’ର ବିଶ୍ୱସନୀୟତା ସୁନିଶ୍ଚିତ କରିବା ସରକାରଙ୍କ କାମ । ପୋଲିଓ ଟୀକାକରଣ ସମୟରେ ମଧ୍ୟ ଅନେକ ଗୁଜବ ଉଡିଥିଲା କିନ୍ତୁ ଏବେ ଦେଶ ପୋଲିଓ ମୁକ୍ତ ।

Leave a Reply