IIM ସମ୍ବଲପୁର କ୍ୟାମ୍ପସର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ କହିଲେ, ମ୍ୟାନେଜମେଣ୍ଟ୍ କେବଳ କମ୍ପାନୀଙ୍କୁ ସମ୍ଭାଳିବା ନୁହେଁ, ଜୀବନକୁ ବି ସମ୍ଭାଳିବା

1 min read

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ୍-ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି । ସମ୍ବଲପୁର ଆଇଆଇଏମ୍ କ୍ୟାମ୍ପସ ଓଡ଼ିଶାର ମହାନ ସଂସ୍କୃତି ଓ ସମ୍ବଳକୁ ଚିହ୍ନିବା ସହିତ ଓଡ଼ିଶାକୁ ମ୍ୟାନେଜମେଣ୍ଟ୍ ଜଗତରେ ନୂଆ ପରିଚୟ ଦେବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶିଳାନ୍ୟାସ ପରେ ସେ କହିଥିଲେ ଯେ, ଆଡି ଆଇଆଇଏମ୍ କ୍ୟାମ୍ପସ ଶିଳାନ୍ୟାସ ସହିତ ଓଡ଼ିଶା ଯୁବଶକ୍ତିକୁ ଦୃଢତା ଦେଉଥିବା ନୂଆ ଶିଳା ରଖାଯାଇଛି । ଆଇଆଇଏମର ଏହି ସ୍ଥାୟୀ କ୍ୟାମ୍ପସ ଓଡ଼ିଶାର ମହାନ ସଂସ୍କୃତି ଓ ସମ୍ୱଳକୁ ଚିହ୍ନଟ କରିବା ସହିତ ରାଜ୍ୟକୁ ମ୍ୟାନେଜମେଣ୍ଟ୍ ଜଗତରେ ନୂଆ ପରିଚୟ ଦେବ ।
ଆଗାମୀ ଦଶନ୍ଧୀରେ ଭାରତରୁ ବାହାରିବେ ବହୁରାଷ୍ଟ୍ରିୟ କମ୍ପାନୀ
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ଦଶନ୍ଧୀରେ ଭାରତକୁ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ ବ୍ୟବସାୟ ପାଇଁ ଆସିଛନ୍ତି । ଆଗାମୀ ଦଶନ୍ଧୀ ଓ ଏହି ଶତାବ୍ଦିରେ ଭାରତରୁ ନୂଆ ନୂଆ ମଲ୍ଟିନ୍ୟାସନାଲ କମ୍ପାନୀ ବାହାରିବେ
କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶାରେ ଶିକ୍ଷାର ବିସ୍ତାର ହେଉଛି । ମୁଁ ଖୁସୀ ଯେ, ଶିକ୍ଷାକ୍ଷେତ୍ରରେ ଆମ ରାଜ୍ୟର ପ୍ରଭାବ ବଢିବାରେ ଲାଗିଛି । ଓଡ଼ିଶା ପୂର୍ବ ଭାରତରେ ଶିକ୍ଷାର ହବ୍ ଭାବେ ଉଭା ହେଉଛି ।

Leave a Reply