ରାଜ୍ୟ ପଛୁଆ ବର୍ଗ କମିଶନ ଭାବେ ଦାୟିତ୍ୱ ନେଲେ ଜଷ୍ଟିସ ରଘୁନାଥ ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟ ପଛୁଆ ବର୍ଗ କମିଶନ ଭାବେ ଦାୟିତ୍ୱ ନେଇଛନ୍ତି ଜଷ୍ଟିସ ରଘୁନାଥ ବିଶ୍ୱାଳ । କମିଶନଙ୍କ ସହ ତିନିଜଣ ସଦସ୍ୟ ଡକ୍ଟର ନବନୀତା ରଥ, ଡକ୍ଟର ମିତାଲୀ ଚିନ୍ନାରା ଓ ଡକ୍ଟର ପ୍ରସନ୍ନ କୁମାର ପାତ୍ର ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡିଶା ରାଜ୍ୟ ପଛୁଆ ବର୍ଗ କମିଶନ ଆଇନ ୧୯୯୩ ଆଧାରରେ ପଛୁଆ ବର୍ଗ କମିଶନ ଗଠନ କରାଯାଇଛି । ଏହି କମିଶନ ପଛୁଆ ବର୍ଗର ସଂରକ୍ଷଣ ନେଇ ରହିଥିବା ବିବାଦର ସମାଧାନ ଦିଗରେ କାର୍ଯ୍ୟ କରିବା ସହ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବ ।

୧୯୯୩ରେ ଓଡିଶା ସରକାର ପ୍ରଥମ କରି କମିଶନ ଗଠନ କରିଥିଲେ । କୌଣସି ଜାତି ପଛୁଆ ବର୍ଗରେ ସାମିଲ ହୋଇନଥିଲେ ତାଙ୍କୁ ତାଲିକାଭୁକ୍ତ କରିବା ଦିଗରେ କାର୍ଯ୍ୟ କରିବ କମିଶନ । ସେହିପରି ଯେକୌଣସି ବର୍ଗର ଲୋକ ଚାହିଁଲେ ଓବିସି ବର୍ଗକୁ ଆସିପାରିବେ ବୋଲି କହିଛନ୍ତି କମିଶନ । ଏହାସହ ଓବିସିରେ ଥିବା ଲୋକଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ଉନ୍ନତି ଆସିଥିଲେ ସେମାନଙ୍କୁ ତାଲିକାରୁ ବାଦ ଦିଆଯିବ ବୋଲି ସେ କହିଛନ୍ତି ।

ଏହାସହ ରାଜ୍ୟରେ କେତେ ପଛୁଆ ବର୍ଗ ଲୋକ ଅଛନ୍ତି ତାର ସେନସସ କରାଯିବ ବୋଲି କମିଶନ କହିଛନ୍ତି । ସେହିଭଳି ସଂରକ୍ଷଣ ନେଇ ମଣ୍ଡଳ କମିଶନ ଯାହା ସୁପାରିଶ କରିଛନ୍ତି ତାକୁ କାର୍ଯ୍ୟକାରୀ କରିବା ଦିଗରେ କମିଶନ କାର୍ଯ୍ୟ କରିବ ବୋଲି କମିଶନ ଅଧ୍ୟକ୍ଷ କହିଛନ୍ତି ।

Leave a Reply