ନିଜ ଉପରେ କାହିଁକି ଫାଇନ୍‌ ଲଗାଇଲେ ଜିଲ୍ଲାପାଳ ?

1 min read

ଗାଜିଆବାଦ: ସାରା ବିଶ୍ୱରେ ଏବେ ପାଣି ଚିନ୍ତା । ଦେଶର ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ସଂଗଠନ ଜଳ ସଂରକ୍ଷଣକୁ ନେଇ ବିଭିନ୍ନ ଅଭିଯାନ ଚଳାଇଛନ୍ତି । ନିକଟରେ ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଆମ ସମସ୍ତଙ୍କ ହୋସ୍‌ ଉଡ଼ାଇଦେଇଛି । ୨୦୨୦ ସୁଦ୍ଧା ଭାରତର ୨୧ଟି ସହରରେ ଭୂତଳ ଜଳ ଅତି ସଂକଟ ଭିତରକୁ ଚାଲିଯିବ, ଏନେଇ ନୀତି ଆୟୋଗ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ଯାହା ଭିତରେ ରହିଛି ଦିଲ୍ଲୀ, ବେଙ୍ଗାଲୁର, ଚେନ୍ନାଇ, ହାଇଦ୍ରାବାଦ ଭଳି ବଡ଼ ବଡ଼ ସହର ।

WATER OVERFLOW

୧୦୦ ମିଲିୟନ ଲୋକ ପାଣି ପାଇଁ ଡହଳବିକଳ ହେବେ ଏ କଥା ଜଳଜଳ ହୋଇଛି ଦିଶୁଛି । ଏହା ମଧ୍ୟ କହିଛନ୍ତି ୨୦୩୦ ବେଳକୁ ଭାରତୀୟ ଜନସଂଖ୍ୟାର ୪୦ ପ୍ରତିଶତ ଲୋକ ପିଇବା ପାଣି ପାଇଁ ପ୍ରତି ମିନିଟରେ ସଂଘର୍ଷ କରିବେ । ଏଭଳି ସ୍ଥିତିରେ ଉତ୍ତରପ୍ରଦେଶ ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ କାମ ଆପଣଙ୍କୁ ଚକିତ କରିବ ।

Ajay Sankar Pandeyକେବେ ଶୁଣିଛନ୍ତି କିଛି ଭୁଲ୍‌ ପାଇଁ କିଏ କେବେ ନିଜେ ନିଜକୁ ଦଣ୍ତିତ କରିଛି । ହଁ, ବାସ୍ତବରେ ଏମିତି ହିଁ ହୋଇଛି । ଗାଜିଆବାଦ ଜିଲ୍ଲାପାଳ ଅଜୟ ଶଙ୍କର ପାଣ୍ଡେ ନିଜେ ନିଜ ଉପରେ ଲଗାଇଛନ୍ତି ୧୦ହଜାର ଟଙ୍କାର ଫାଇନ୍‌ । କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତାଙ୍କ ବ୍ୟକ୍ତିଗତ ସହାୟକଙ୍କ କହିବା ଅନୁସାରେ, ଜିଲ୍ଲାପାଳ ଅଫିସ୍‌ରେ ପହଁଚିବା ପରେ ଦେଖିଲେ ଓଭରହେଡ୍‌ ଟାଙ୍କିରୁ ପାଣି ଓଭର ଫ୍ଲୋ ହେଉଛି । ଏହାପରେ ଜିଲ୍ଲାପାଳ ପାଣି ନଷ୍ଟ ଅଭିଯୋଗରେ ନିଜ ଅଫିସ୍‌ର ସମସ୍ତ କର୍ମଚାରୀଙ୍କ ସମେତ ନିଜ ଉପରେ ଲଗାଇଛନ୍ତି ୧୦ ହଜାର ଟଙ୍କା ଫାଇନ୍ । ଏବଂ ସମସ୍ତଙ୍କୁ ଚେତାବନୀ ଦେଇ ଏକଥା କହିଛନ୍ତି, ଭବିଷ୍ୟତରେ ଏଭଳି ପାଣି ନଷ୍ଟକୁ କେବେ ବି ସେ ବରଦାସ୍ତ କରିବେନି, ଯେତେବେଳେ ସାରା ଦେଶରେ ଜଳ ସଂରକ୍ଷଣ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଏହାପରେ ସମସ୍ତ କର୍ମଚାରୀ ଭୁଲ୍‌କୁ ସ୍ୱୀକାର କରିବା ସହ ନିଜ ଭାଗର ତଣ୍ଡ ଦେଇ ପୂରା ଫାଇନ୍‌ ଅର୍ଥକୁ ଟ୍ରେଜରୀରେ ଜମା କରିଥିଲେ । ତେବେ ଏହାକୁ ନେଇ ସମସ୍ତେ ଜିଲ୍ଲାପାଳଙ୍କୁ ପ୍ରଶଂସା କରିଛନ୍ତି । ପୂର୍ବରୁ ଅଜୟ ଶଙ୍କର ମୁଜାଫରନଗରରେ ଜିଲ୍ଲାପାଳ ଥିବା ବେଳେ ତାଙ୍କ ସ୍ୱଚ୍ଛତା ଅଭିଯାନକୁ ନେଇ ପ୍ରଶଂସା ସାଉଁଟିଥିଲେ । ପ୍ରତିଦିନ ଅଫିସ ସମୟରେ ସଫେଇ ପାଇଁ ୧୦ ମିନିଟ୍ ଦେଉଥିଲେ । ')}

Leave a Reply