୫୦ଟି ଅଣ୍ଡା ଖାଇବା ପାଇଁ ବାଜିରେ ଲାଗିଥିଲା ୨ହଜାର ଟଙ୍କା, ୪୨ଟି ଅଣ୍ଡା ଖାଇବା ପରେ…

1 min read

ଲକ୍ଷ୍ନୌ: ବାଜି ମାରୁ ମାରୁ ସାଙ୍ଗ ଚାଲିଗଲା ଆରପାରିକୁ । ମଜା ମସ୍ତିରେ ଚାଲିଗଲା ଜଣେ ସାଙ୍ଗର ଜୀବନ । ବାଜିରେ ୫୦ଟି ଅଣ୍ଡା ଖାଇବାର ଜିଦ ଲାଗିଥିଲା । ଜିତିବା ପରେ ମିଳିଥାନ୍ତା ୨ ହଜାର ଟଙ୍କା । କିନ୍ତୁ ବାଜି ଜିତିବା ପୂର୍ବରୁ ଜୀବନ ହାରିଦେଲେ ସୁବାସ । ଏଭଳି ଏକ ଦୁଖଃଦ ଘଟଣା ଘଟିଛି ଉତ୍ତରପ୍ରଦେଶର ଜୌନପୁରରେ । ଜଣେ ବ୍ୟକ୍ତି ୫୦ଟି ଅଣ୍ଡା ଖାଇବାକୁ ସାଙ୍ଗ ସହ ବାଜି ମାରି ଜୀବନ ହରାଇବା ଘଟଣା ଚର୍ଚ୍ଚାକୁ ଆସିଛି ।

ସୂଚନା ଅନୁଯାୟୀ, ଜୌନପୁରର ବିବିଗଞ୍ଜ ବଜାରର ଜଣେ ବ୍ୟକ୍ତି ସୁବାସ ଯାଦବ ତାଙ୍କ ସାଙ୍ଗ ସହ ୫୦ଟି ଅଣ୍ଡା ଖାଇବାର ବାଜି ରଖିଥିଲେ । ବାଜି ଜିତିବା ପରେ ମିଳିଥାନ୍ତା ୨ହଜାର ଟଙ୍କା । ଯାହାକୁ ନେଇ ଦୁଇସାଙ୍ଗଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଅଣ୍ଡା ଖାଇବା ପ୍ରତିଯୋଗିତା । ସାଙ୍ଗମାନେ ତାଳି ମାରି ଉତ୍ସାହିତ କରୁଥିଲେ ସୁବାସଙ୍କୁ । ପ୍ରଯୋଗିତା ପୁରା ଯୋରଦାରରେ ଚାଲିଥିଲା ।

ହଠାତ୍ ୪୨ଟି ଅଣ୍ଡା ଖାଇ ସାରିବା ପରେ ସୁବାସ ଅଚେତ ହୋଇପଡ଼ିଥିଲେ । ପରେ ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେସଙ୍ଗେ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ହେଲେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ କହିବା ଅନୁଶାରେ ଅଧିକ ଅଣ୍ଡା ଖାଇବା ଦ୍ବାରା ସେ ଅଣନିଶ୍ବାସି ହୋଇଯାଇଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି । ଗତ ଶୁକ୍ରବାର ସନ୍ଧ୍ୟାରେ ଏ ଅଘଟଣ ଘଟିଥିଲା ।

 

 

  ')}

Leave a Reply