କରେଣ୍ଟ ମାରିଲା ଛୁଆକୁ, ହସ୍ପିଟାଲ ପହଞ୍ଚିଲା ମାଆ, ତା ପରେ କଣ ହେଲା…

1 min read

ମଧ୍ୟପ୍ରଦେଶ ସହରରୁ ଏକ ଅଜବ ଧରଣର ଘଟଣା ସାମ୍ନାକୁ ଆସିଛି । ଏଠି ଜଣେ ମାଙ୍କଡ଼ର ଛୁଆକୁ କରେଣ୍ଟ ଲାଗିବାକୁ ତାକୁ ଧରି ପହଞ୍ଚି ଯାଇଥିଲା ପଶୁ ଡାକ୍ତରଖାନାରେ । ସହରର ପୁରୁଣା ଜେଲ ବାହାରେ ଥିବା ୧୧ କେଭିର ତାରରେ ବାଜି ଯେତେବେଳେ ମାଙ୍କଡ଼ଟି ଛଟପଟ ହୋଇ ତଳେ ପଡ଼ିଗଲା ସଙ୍ଗେସଙ୍ଗେ ତା ମାଆ ପାଖକୁ ଆସି ତାଙ୍କୁ ଟାଣି ନେଇ ନିକଟସ୍ଥ ଡାକ୍ତରଖାନାକୁ ନେଇଗଲା । ତାପରେ ମୃତ ମାଙ୍କଡ଼ଟିକୁ ଧରି ମାଆ ବହୁତ ସମୟ ଧରି ପଶୁ ଡାକ୍ତରଖାନା ସାମ୍ନା ଗେଟରେ ବସି ରହିଲା ।

ସୂଚନା ଅନୁଯାୟୀ, ସିହୋର ଅଞ୍ଚଳରେ ଏକ କୁନି ମାଙ୍କଡ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଫଳରେ ଆହତ ହୋଇ ନାଳରେ ପଡି ଛଟପଟ ହେଉଥିଲା । ପାଖରେ ଥିବା ମା’ ମାଙ୍କଡ ନିଜ ଛୁଆକୁ ବଞ୍ଚାଇବା ପାଇଁ ବାରମ୍ବାର ପ୍ରୟାସ କରି ଚାଲିଥିଲା । ସବୁ ପରେ ବି ସେ ପଶୁ ନା ପାଟି ଫିଟାଇ କାହାକୁ ବା କହିବ । କିନ୍ତୁ ମା’ ମାଙ୍କଡ କରୁଣ ଚାହାଣି ଅନେକ କଥା କହୁଥିଲା । ବାଟରେ ଯାଉଥିବା ମଣିଷକୁ ନିଜ ଛୁଆକୁ ବଞ୍ଚାଇବା ପାଇଁ ସତେ ଯେମିତି ସହାୟତା ମାଗୁଥିଲା ମା’ । କିନ୍ତୁ ବାଟରେ ଯାଉଥିବା ମଣିଷ ପାଇଁ ଏହି ଦୃଶ୍ୟ ଯେମିତି ସାଧାରଣ ଥିଲା ।

ସମସ୍ତେ ଫଟୋ ଉଠାଇ ମଜା ନେଉଥିଲେ କିନ୍ତୁ ସହାୟତା ପାଇଁ ଯେପରି କାହାର ହାତ ଆଗକୁ ବଢୁନଥିଲା । ବିବେକହୀନ ମଣିଷ ଠାରୁ ସହାୟତାର ଆଶା ମଉଳିବା ପରେ ନିଜ ଛୁଆକୁ ଧରି ପଶୁ ଚିକିତ୍ସାଳୟରେ ପହଞ୍ଚିଥିଲା ମା’ମାଙ୍କଡ । କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା । ପଶୁ ଚିକିତ୍ସାଳୟର ଡାକ୍ତରଙ୍କ କହିବା ଅନୁଯାୟୀ, ହସ୍ପିଟାଲକୁ ନିଜ ଛୁଆକୁ ଧରି ମା’ ମାଙ୍କଡ ଆସିବା ପ୍ରଥମ ଘଟଣା । କିନ୍ତୁ ଆମେ ଆହତ କୁନି ମାଙ୍କଡର ଚିକିତ୍ସା କରିବାକୁ ଚେଷ୍ଟା କରିଥିଲୁ । ତେବେ ମା’ ମାଙ୍କଡ ଛୁଆ ମାଙ୍କଡ ଦେହରେ ହାତ ମାରିବାକୁ ନ ଦେଇ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲା । ତେଣୁ କୁନି ମାଙ୍କଡର ଚିକିତ୍ସା କରାଯାଇପାରିଲା ନାହିଁ । ତେବେ ପରବର୍ତ୍ତୀ ସମୟରେ ମାଙ୍କଡକୁ ଚିକିତ୍ସା କରିବାକୁ ଆଣିବା ବେଳକୁ ତାର ମୃତ୍ୟୁ ହୋଇ ସାରିଥିଲା । ')}

Leave a Reply