୨୦୧୯-୨୦ ଆର୍ଥିକ ବର୍ଷରେ କମିବ ଅଭିବୃଦ୍ଧି ହାର

1 min read

ନୂଆଦିଲ୍ଲୀ: ଦେଶର ଅର୍ଥ ବ୍ୟବସ୍ଥାକୁ ମଜଭୁତ୍ କରିବାକୁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି । ଏତିକି ବେଳେ କେନ୍ଦ୍ରୀୟ ପରିସଂଖ୍ୟାନ ବିଭାଗ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ନେଇ ଅନୁମାନ କରିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ବିକାଶ ଦର ୫ ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଛି ।ଯେଉଁଥିରେ ଅଭିବୃଦ୍ଧି ହାର କମ୍ ରହିବା ନେଇ ଅନୁମାନ କରିଛି CSO । ୨୦୧୮-୧୯ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୬.୮ ପ୍ରତିଥ ଥିଲା । ୨୦୧୭-୧୮ ଆର୍ଥିକ ବର୍ଷରେ ଜିଡିପି ୭.୨ ପ୍ରତିଶତ ରହିଥିଲା । ଗତ ୨ ବର୍ଷ ତୁଳନାରେ ବିକାଶ ଦର କମ ରହିବା ନେଇ ଆକଳନ ହୋଇଛି ।

ମାନ୍ଦା ଅର୍ଥନୀତି ସହ ଯୁଝୁଛି ଭାରତ, ରାଜନ କହିଲେ…

୨୦୧୯-୨୦ ଆର୍ଥିକ ବର୍ଷରେ ବିକାଶ ଦର ନେଇ ଏହା ପ୍ରଥମ ଅନୁମାନ । ଆସନ୍ତା ଫେବ୍ରୁଆରୀ କେନ୍ଦ୍ରୀୟ ବଜେଟ୍ ଆସିବ । ଯାହା ପରେ ଅଭିବୃଦ୍ଧି ହାର ନେଇ କେନ୍ଦ୍ରୀୟ ପରିସଂଖ୍ୟାନ ବିଭାଗ ପୁଣି ଆକଳନ କରିବ । ଏହା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ଅଭିବୃଦ୍ଧି ହାର ୫ ପ୍ରତିଶତ ରହିବ ବୋଲି ଆକଳନ କରିସାରିଛି । ଗତ ଜୁନ୍-ସେପ୍ଟେମ୍ବର ତ୍ରୈମାସିକରେ ଭାରତର ଅଭିବୃଦ୍ଧି ହାର ଖସି ୬ ବର୍ଷରେ ସର୍ବନିମ୍ନ ୪.୫ ପ୍ରତିଶତରେ ପହଞ୍ଚିଥିଲା ।

ଭାରତୀୟ ଅର୍ଥନୀତିକୁ ଆଉ ଏକ ଝଟକା, ୪.୫ ପ୍ରତିଶତକୁ ଖସିଲା ବିକାଶ ଦର

Leave a Reply