ସୁରକ୍ଷିତ ଭାବେ ନଷ୍ଟ ହେଲା ଟିଫିନ ବୋମା

ଉମରକୋଟ: ନଷ୍ଟ ହେଲା ଜବତ ହୋଇଥିବା ଟିଫିନ୍‌ ବୋମା । ନବରଙ୍ଗପୁର ଜିଲ୍ଲାରେ ଠାବ କରାଯାଇଥିବା ଦୁଇଟି ଟିଫିନ୍‌ ବୋମାକୁ ସୁରକ୍ଷାକର୍ମୀ ସୁରକ୍ଷିତ ଭାବେ ବିସ୍ଫୋରଣ କରି ନଷ୍ଟ କରିଦେଇଛନ୍ତି ।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ସରଗୁଲି ଗାଁରୁ ଗତକାଲି ଦୁଇଟି ଟିଫିନ୍‌ ବୋମା ମିଳିଥିଲା । ରାଇଘର ଥାନା ପୋଲିସ କର୍ମଚାରୀ ତାକୁ ସୁରକ୍ଷିତ ଭାବେ ଜନବସତିଠାରୁ ଦୂରକୁ ସ୍ଥାନାନ୍ତର କରି ରାତିସାରା ଜଗି ରହିଥିଲେ ।

ଆଜି ବିଏସଏଫ୍‌ କର୍ମଚାରୀ ପହଞ୍ଚି ତାକୁ ସୁରକ୍ଷିତ ଭାବେ ବିସ୍ଫୋରଣ କରି ନଷ୍ଟ କରିଦେଇଛନ୍ତି । ଟିଫିନ୍‌ ବୋମା ମିଳିବା ପରେ ରାଇଘର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଏ ବୋମା କିଏ ଓ କାହିଁକୁ ଖଞ୍ଜିଥିଲା, ମାଓବାଦୀଙ୍କ କାମ କି ନୁହେଁ, ସେନେଇ ଖୋଳତାଡ଼ ଜାରି ରହିଛି ।

Leave a Reply