ସାରୁଅ ଜମି ଦୁର୍ନୀତି ମାମଲା, EOWରେ ହାଜର ହେଲେ ଓଟିଭି ପୂର୍ବତନ ଅଧିକାରୀ ବିଭୂପ୍ରସାଦ ରଥ

Crime Branch EOW Interrogated Bibhu Prasad Rath Former Director Of OIPL In Sarua Land Scam

ଭୁବନେଶ୍ୱର: ଘାଣ୍ଟୁଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ଖୋଲୁଛି ସାରୁଅ ଜମି ଦୁର୍ନୀତି ଉପରୁ ପରଦା । ଡ୍ରାଇଭରଙ୍କୁ ମୋହରା କରି ବୈଜୟନ୍ତ ପଣ୍ଡା ଓ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀ କିଭଳି ଅନୁସୂଚିତ ଜନଜାତି ଲୋକଙ୍କ ଜମି ହାତେଇଛି । ତଦନ୍ତ ବେଳେ ଏସବୁର ପ୍ରମାଣ ଲାଗିଛି କ୍ରାଇମବ୍ରାଞ୍ଚ ହାତରେ । ସାରୁଅ ଜମି କିଣାବିକାରେ ହୋଇଥିବା ଅର୍ଥ କାରବାରର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଆୟକର ବିଭାଗକୁ ଅନୁରୋଧ କରିଛି ।

Crime Branch EOW Interrogated Bibhu Prasad Rath Former Director Of OIPL In Sarua Land Scam

ଅନ୍ୟପଟେ ଜମି କିଣାବକାରେ ସମ୍ପୃକ୍ତ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ଜଣେ ପରେ ଜଣେ ଅଧିକାରୀଙ୍କୁ ଚାଲିଛି ଜେରା । ପୂର୍ବରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ କମ୍ପାନୀର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଓ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ପଚରାଉଚରା ପରେ ଗିରଫ କରିଥିଲା । ଏଥିସହ ଜମି କିଣାବିକାରେ ସମ୍ପୃକ୍ତ ସେତେବେଳେ କମ୍ପାନୀର ନିର୍ଦ୍ଦେଶକ ଥିବା ବିଭୂପ୍ରସାଦ ରଥଙ୍କୁ ହାଜର ପାଇଁ ନୋଟିସ୍ ଦେଇଥିଲା ।

Crime Branch EOW Interrogated Bibhu Prasad Rath Former Director Of OIPL In Sarua Land Scam

ଆଜି ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ପୂର୍ବତନ ନିର୍ଦ୍ଦେଶକ ବିଭୂପ୍ରସାଦ ରଥ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁରେ ହାଜର ହୋଇଛନ୍ତି । ସାରୁଅ ଜମି ଜାଲିଆତି ମାମଲାରେ ଇଓଡବ୍ଲ୍ୟୁ ତାଙ୍କୁ ପଚରାଉଚରା କରୁଛି । ପୂର୍ବରୁ ଗିରଫ ହୋଇଥିବା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଓ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଇଓଡବ୍ଲ୍ୟୁ ମୁହାଁମୁହିଁ ଜେରା କରିବା ପରେ ଜେଲ୍ ପଠାଇ ଦିଆଯାଇଛି ।

Leave a Reply