ଓଡ଼ିଶାରେ ଦେଖିବାକୁ ମିଳିଲା ଦୁର୍ଲଭ କଳା ବାଘ, କ୍ୟାମେରାରେ କଏଦ ହେଲା ଫଟୋ

1 min read

ଭୁବନେଶ୍ୱର: ଓଡ଼ିଶାର ଜଙ୍ଗଲରେ ଏକ ଦୁର୍ଲଭ ବାଘ ଦେଖିବାକୁ ମିଳିଛି । ରୋଚକ କଥା ହେଉଛି ଯେ ଏହି ବାଘ ଶରୀରରେ ଅତି କଳା ରଙ୍ଗର ଧାର ଦେଖିବାକୁ ମିଳିଛି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ରାଜ୍ୟରେ ଏହି ଦୁର୍ଲଭ ବାଘ ମଧ୍ୟରୁ କେବଳ ୭-୮ଟି ଜୀବିତ ଅଛନ୍ତି । ଉଲ୍ଲେଖନୀୟ କଥା ହେଉଛି ଯେ ବିଶ୍ୱର ୭୦ ପ୍ରତିଶତ କଳା ବାଘ ଓଡ଼ିଶାରେ ହିଁ ଦେଖିବାକୁ ମିଳେ । ଓଡ଼ିଶାରେ ପ୍ରଥମ ଥର ୨୦୦୭ ମସିହାରେ ଗାଢ଼ କଳା ଗଙ୍ଗର ଧାର ଥିବା ବାଘ ଦେଖିବାକୁ ମିଳିଥିଲା ।

ଜେନେଟିକ ଡିଫେକ୍ଟ କାରଣରୁ ହୁଏ ଏହି କଳା ଧାର

ଓଡ଼ିଶାରେ ଦେଖିବାକୁ ମିଳୁଥିବା ଏହି ବାଘର ଔପଚାରିକ ନାମ ମେଲେନିଷ୍ଟିକ ଟାଇଗର ଅଟେ । ବାଘ ଶରୀରରେ ଦେଖିବାକୁ ମିଳୁଥିବା ଏହି କଳା ଧାର ଜେନେଟିକ କାରଣରୁ ହୋଇଥାଏ । ୱାଇଲ୍ଟ ଲାଇଫ ଏକ୍ସପର୍ଟ ଏବଂ ୱାଇଲ୍ଟ ଲାଇଫ ଇନଷ୍ଟିଟ୍ୟୁଟ ଅଫ ଇଣ୍ଡିଆର ବୈଜ୍ଞାନିକ ଡାକ୍ତର ବିଭାଶ ପାଣ୍ଡବ ପୂର୍ବରୁ ମଧ୍ୟ ଏହି ଦାବି କରିଥିଲେ ଯେ, ଗାଢ଼ା କଳା ଦାଗ ଥିବା ଏହି ବାଘ ଗୁଡ଼ିକ ଖୁବ ଦୁର୍ଲଭ ଏବଂ ଏହି ବାଘ ମଧ୍ୟରୁ ଓଡ଼ିଶାରେ କେବଳ ୭-୮ଟି ବାଘ ଜୀବିତ ଅଛନ୍ତି । ଏହି ବାଘ ଗୁଡ଼ିକ ନିଜ ଜନେଟିକସ କାରଣରୁ ଦୁର୍ଲଭ ଅଟନ୍ତି ।

ଦୃତ ଗତିରେ ହ୍ରାସ ପାଉଛି ଏମାନଙ୍କର ସଂଖ୍ୟା

୨୦୧୮ରେ ଆସିଥିବା ଟାଇଗର ସେନସସ୍ ରିପୋର୍ଟ ଅନୁଯାୟୀ କଳା ଧାରା ଥିବା ବାଘ ଗୁଡ଼ିକର ସଂଖ୍ୟା ଦୃତ ଗତିରେ ହ୍ରାସ ପାଇବାକୁ ଲାଗୁଛି । ଡା. ବିଭାଶଙ୍କ କହିବା ଅନୁଯାୟୀ, ଏହି ବାଘମାନଙ୍କ ଶରୀରରେ କଳା ଦାଗ ଇଣ୍ଟରବ୍ରିଡିଙ୍ଗ କାରଣରୁ ହୋଇଥାଏ । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ବାଘ ଗୁଡ଼ିକର ଆକାର ଅନ୍ୟ ବାଘ ତୁଳନାରେ ଛୋଟ ହୋଇଥାଏ । ଭାରତରେ ପ୍ରଥମ ଥର ଏହି ପ୍ରଜାତିର ବାଘ ୧୯୯୦ ମସିହାରେ ଦେଖିବାକୁ ମିଳିଥିଲା ।

ଦ ଡେଲୀ ମେଲରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଏହି ଫଟୋ ଏକ ସଉକ ପାଇଁ ୱାଇଲ୍ଡଲାଇଫ ଫଟୋଗ୍ରାଫର ସୌମନ ବାଜପେୟୀ ଦ୍ୱାରା ଉଠାଯାଇଛି । ଏହି ଫଟୋ ପୂର୍ବ ଓଡ଼ିଶାର ଅଟେ ।

Leave a Reply