Bihar Assembly Election: ଅକ୍ଟୋବର ୨୮ରୁ ଭୋଟିଂ, ନଭେମ୍ବର ୧୦ରେ ଭୋଟ୍ ଗଣନା

ନୂଆଦିଲ୍ଲୀ: ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ୧୬ ଜିଲ୍ଲାର ୭୧ଟି ଆସନରେ ଭୋଟ୍ ଗ୍ରହଣ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ ଆସନରେ ନିର୍ବାଚନ ହେବ । ଶେଷ ବା ତୃତୀୟ ପର୍ଯ୍ୟାୟରେ ୭୮ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ପ୍ରେମସିଟରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏହି ସୂଚନା ଦେଇଛନ୍ତି ।

Bihar Assembly Election CEC Declared Poll Date

ତିନି ପର୍ଯ୍ୟାୟରେ ଭୋଟ୍

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଅକ୍ଟୋବର ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୮ ଅକ୍ଟୋବରରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ନଭେମ୍ବର ୩ ତାରିଖରେ ହେବ । ତୃତୀୟ ପର୍ଯ୍ୟାୟ ଭୋଟିଂ ନଭେମ୍ବର ୭ ତାରିଖରେ ହେବ । ନଭେମ୍ବର ୧୦ ତାରିଖରେ ଭୋଟ୍ ଗଣନା କରାଯିବ ।

କରୋନା ପାଇଁ ବ୍ୟବସ୍ଥା

ଗୋଟିଏ ବୁଥରେ କେବଳ ଏକ ହଜାର ମତଦାନ କରିପାରିବେ । କରୋନା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ । ନିର୍ବାଚନରେ ୪୬ ଲକ୍ଷ ମାସ୍କ, ୬ ଲକ୍ଷ ପିପିଇ କିଟ୍, ୬ ଲକ୍ଷ ଫେସ୍ ସିଲ୍ଡ ବ୍ୟବହାର କରାଯିବ । ୭ ଲକ୍ଷ ହ୍ୟାଣ୍ଡ ସାନିଟାଇଜର୍ସର ବ୍ୟବହାର ହେବ ।

ଭୋଟ୍ ଦେବେ କରୋନା ଆକ୍ରାନ୍ତ

ବିହାରର ମୋଟ ଭୋଟରଙ୍କ ସଂଖ୍ୟା ୭ କୋଟି ୭୯ ଲକ୍ଷ । ସେଥିରୁ ୩ କୋଟି ୩୯ ଲକ୍ଷ ହେଉଛନ୍ତି ମହିଳା ମତଦାତା, ୩ କୋଟି ୭୯ ଲକ୍ଷ ପୁରୁଷ ଭୋଟର ରହିଛନ୍ତି । ନିର୍ବାଚନରେ ୧.୮୯ ବାଲାଟ୍ ୟୁନିଟ୍ ଇଭିଏମ୍ ବ୍ୟବହାର କରାଯିବ । ମତଦାନ ସମୟକୁ ବୃଦ୍ଧି କରାଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟଗ୍ରହଣ କରାଯିବ । କରୋନା ଆକ୍ରାନ୍ତ ମଧ୍ୟ ଭୋଟ୍ ଦେଇ ପାରିବେ । ତେବେ, କରୋନା ସଂକ୍ରମିତଙ୍କୁ ଶେଷରେ ଭୋଟ୍ ଦେବାକୁ ଅନୁମତି ମିଳିବ ।

ଅନଲାଇନରେ ନାମାଙ୍କନ

ପ୍ରାର୍ଥୀ ଅନଲାଇନ୍ ନାମାଙ୍କନ କରିପାରିବେ । ନାମାଙ୍କନ ବେଳେ ୨ରୁ ଅଧିକ ଗାଡ଼ି ବ୍ୟବହାର କରିବେ ନାହିଁ । ଆଶାୟୀଙ୍କ ସହ ୨ ଜଣ ହିଁ ରହିବେ । ୫ରୁ ଅଧିକ ଜଣ ନିର୍ବାଚନ ପାଇଁ ପ୍ରଚାର କରିପାରିବେ ନାହିଁ ।

Leave a Reply