ବିହାର ନିର୍ବାଚନ: ବଢ଼ିଲା ମତଦାନ ସମୟ ସୀମା, କୋଭିଡ୍ ଆକ୍ରାନ୍ତ ଦେବେ ଭୋଟ୍

Bihar Assembly Election CEC Declared Poll Date

ନୂଆଦିଲ୍ଲୀ: ବାଜିଲା ନିର୍ବାଚନ ବିଗୁଲ୍ । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ପାଇଁ ତାରିଖ ଘୋଷଣା କରୁଛନ୍ତି ନିର୍ବାଚନ କମିଶନ । କରୋନା ସଂକ୍ରମଣ ପାଇଁ ଅନେକ ଦେଶ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି । କିନ୍ତୁ ଦେଶରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମହାମାରୀ ଭିତରେ ବିହାର ବିଧାନସଭା ପାଇଁ ମତଦାନ ହେବ ।  ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏନେଇ ସୂଚନା ଦେଇଛନ୍ତି ।

Bihar Assembly Election CEC Declared Poll Date

କରୋନା ପାଇଁ ବ୍ୟବସ୍ଥା

ଗୋଟିଏ ବୁଥରେ କେବଳ ଏକ ହଜାର ମତଦାନ କରିପାରିବେ । କରୋନା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ । ନିର୍ବାଚନରେ ୪୬ ଲକ୍ଷ ମାସ୍କ, ୬ ଲକ୍ଷ ପିପିଇ କିଟ୍, ୬ ଲକ୍ଷ ଫେସ୍ ସିଲ୍ଡ ବ୍ୟବହାର କରାଯିବ । ୭ ଲକ୍ଷ ହ୍ୟାଣ୍ଡ ସାନିଟାଇଜର୍ସର ବ୍ୟବହାର ହେବ ।

ଭୋଟ୍ ଦେବେ କରୋନା ଆକ୍ରାନ୍ତ

ବିହାରର ମୋଟ ଭୋଟରଙ୍କ ସଂଖ୍ୟା ୭ କୋଟି ୭୯ ଲକ୍ଷ । ସେଥିରୁ ୩ କୋଟି ୩୯ ଲକ୍ଷ ହେଉଛନ୍ତି ମହିଳା ମତଦାତା, ୩ କୋଟି ୭୯ ଲକ୍ଷ ପୁରୁଷ ଭୋଟର ରହିଛନ୍ତି । ନିର୍ବାଚନରେ ୧.୮୯ ବାଲାଟ୍ ୟୁନିଟ୍ ଇଭିଏମ୍ ବ୍ୟବହାର କରାଯିବ । ମତଦାନ ସମୟକୁ ବୃଦ୍ଧି କରାଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟଗ୍ରହଣ କରାଯିବ । କରୋନା ଆକ୍ରାନ୍ତ ମଧ୍ୟ ଭୋଟ୍ ଦେଇ ପାରିବେ । ତେବେ, କରୋନା ସଂକ୍ରମିତଙ୍କୁ ଶେଷରେ ଭୋଟ୍ ଦେବାକୁ ଅନୁମତି ମିଳିବ ।

ଅନଲାଇନରେ ନାମାଙ୍କନ

ପ୍ରାର୍ଥୀ ଅନଲାଇନ୍ ନାମାଙ୍କନ କରିପାରିବେ । ନାମାଙ୍କନ ବେଳେ ୨ରୁ ଅଧିକ ଗାଡ଼ି ବ୍ୟବହାର କରିବେ ନାହିଁ । ଆଶାୟୀଙ୍କ ସହ ୨ ଜଣ ହିଁ ରହିବେ । ୫ରୁ ଅଧିକ ଜଣ ନିର୍ବାଚନ ପାଇଁ ପ୍ରଚାର କରିପାରିବେ ନାହିଁ ।

Leave a Reply