ରାମ ମନ୍ଦିର ନିର୍ମାଣକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ମତାମତ ସୃଷ୍ଟି କଲା ଝଡ଼, ଜାଣନ୍ତୁ କଣ ଏମିତି କହିଲେ ଜଗଦଗୁର…

Ayodhya ram mandir bhoomi poojan shankaracharya reaction

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ ସୁଦ୍ଧା ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଶୁଭ ମୁହୂର୍ତ୍ତ ଉପରେ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜା ପ୍ରଶ୍ନ ଉଠାଇଛନ୍ତି । ଶଙ୍କରାଚାର୍ଯ୍ୟ ଦାବି କରିଛନ୍ତି ଯେ, ମନ୍ଦିର ନିର୍ମାଣ ପାଇଁ ଜନତାଙ୍କ ରାୟ ନିଆଯାଉ ।

ଆପଣଙ୍କୁ କହି ରଖୁଛୁ ଯେ, ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିର  ତିଆରି ପାଇଁ  ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିରର ନିର୍ମାଣ ପାଇଁ ରାମଲଲା  ଟ୍ରଷ୍ଟ ତାରିଖ ସ୍ଥିର କରିସାରିଛନ୍ତି । ଅଗଷ୍ଟ ୫ରେ ଭୂମିପୂଜା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ମଧ୍ୟ ପଠାଇ ଦିଆଯାଇଛି । କିନ୍ତୁ ଏବେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ  ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜା ପ୍ରଶ୍ନ ଉଠାଇଛନ୍ତି ।

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମନ୍ଦିରର ଶୁଭ ମୁହୂର୍ତ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଏହି ସମୟକୁ ଅଶୁଭ ବୋଲି କହିଛନ୍ତି । ଏହାସହ ସେ କହିଛନ୍ତି ଯେ, ଆମେ ତ ରାମଙ୍କ ଭକ୍ତ ରାମ ମନ୍ଦିର କିଏ ବି ତିଆରି କରୁ ଆମେ ଖୁସି ହେବୁ କିନ୍ତୁ  ଏଥିପାଇଁ ଉଚିତ୍ ତିଥି ଓ ଶୁଭ ମୁହୂର୍ତ୍ତ ହେବା ଆବଶ୍ୟକ । ଯେତେବେଳେ ରାମଲାଲାଙ୍କ ଭବ୍ୟ ମନ୍ଦିର ଜନସାଧାରଣଙ୍କ ଟଙ୍କାରେ ହିଁ ତିଆରି ହେଉଛି ସେତେବେଳେ ମନ୍ଦିର କେମିତି ହେବା ଆବଶ୍ୟକ ତାହା ଉପରେ ସେମାନଙ୍କ ମତାମତ ମଧ୍ୟ ନେବା ଦରକାର  । ସେ ଦାବି କରିଛନ୍ତି ଯେ, ଭଗବାନ ରାମଙ୍କ ମନ୍ଦିର କମ୍ବୋଡ଼ିଆର ଆଙ୍କୋରବାଟ ଭଳି ବଡ଼ ଏବଂ ଭବ୍ୟ ହେଉ ।

ଅନ୍ୟପକ୍ଷରେ ଏହାକୁ ନେଇ ଅଯୋଧ୍ୟାର ସନ୍ଥ ସମଜା ଶଙ୍କରାଚାର୍ଯ୍ୟଙ୍କୁ ନିଶାନାକୁ ନେଇଛନ୍ତି । ସେମାନେ   ସିଧା ଶଙ୍କରାଚାର୍ଯ୍ୟଙ୍କୁ ଶାସ୍ତ୍ରର୍ଥର ଆହ୍ୱାନ ଦେଇଛନ୍ତି ।  ହନୁମାନ ଚାଳିଶାଠାରୁ ଆରମ୍ଭ କରି ଋକ୍ ବେଦ ପର୍ଯ୍ୟନ୍ତ ଶଙ୍କରାଚାର୍ଯ୍ୟଙ୍କୁ ସବୁର ଜ୍ଞାନ ଯଦି ଅଛି ତେବେ ଏଠାରେ ଆସି ସାବ୍ୟସ୍ତ କରନ୍ତୁ ଯେ, ୫ ଅଗଷ୍ଟରେ ଭୂମି ପୂଜା କରିବା କାହିଁକି ଅଶୁଭ ବୋଲି ଅଯୋଧ୍ୟା ସନ୍ଥ ସମାଜ କହିଛି ।

ରାମଲଲାଙ୍କ ଭବ୍ୟ ମନ୍ଦିରର ନୂଆ ମଡେଲର ଡିଜାଇନ ମଧ୍ୟ ସାମ୍ନାକୁ ଆସି ସାରିଛି । ଏଥିରେ ଅନେକ ପରିବର୍ତ୍ତନ କରାଯାଇଛି । ଏବେ ରାମ ମନ୍ଦିର ୩ ହଲାର ବିଶିଷ୍ଟ ହେବ ଯାହାର ଉଚ୍ଚତା ୨୬୮ଫୁଟ୍ ହେବ ଏବଂ ଚଉଡ଼ା ୧୬୧ ଫୁଟ୍ ହେବ । ଗର୍ଭଗୃହ, ସିଂହ ଦ୍ୱାର , ନୃତ୍ୟ ମଣ୍ଡପ ଏବଂ ରଙ୍ଗ ମଣ୍ଡପରେ କୌଣସି ପରିବର୍ତ୍ତନ ହେବା ନାହିଁ ।

Leave a Reply