ଆସାମ-ମେଘାଳୟରେ ବନ୍ୟା ପରସ୍ଥିତି, ଦୁଇ ଲକ୍ଷ ଲୋକ ପ୍ରଭାବିତ…

1 min read

ଆସାମ, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମଙ୍ଗଳବାର ଠାରୁ ଆସାମର ଅଧିକାଂଶ ଅଞ୍ଚଳରେ ବର୍ଷା ଲାରି ରହିଥିବାରୁ ପ୍ରାୟ ସାତୋଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ଏଥିରେ ପ୍ରାୟ ଦୁଇ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି ।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ଅନୁଯାୟୀ, ଧେମାଜୀ, ଲାଖିମପୁର, ଧରାଙ୍ଗ, ନାଲବାଡ଼ି, ଗୋଲପାରା, ଡିବ୍ରୁଗଡ ଏବଂ ତିନ୍‌ସୁକିଆର ୧୭ଟି ରାଜସ୍ୱ ଅଞ୍ଚଳର ୨୨୯ଟି ଗାଁ ପ୍ରଭାବିତ ହୋଇଛି । ବନ୍ୟାରେ ସମୁଦାୟ ୧,୯୪,୯୧୬ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୯ ହଜାର ଲୋକ ଧେମାଜୀ, ଲାଖିମପୁର, ଗୋଲପାରା ଏବଂ ତିନ୍‌ସୁକିଆ ଜିଲ୍ଲାରେ ସ୍ଥାପିତ ୩୫ଟି ବାତ୍ୟା ଆଶ୍ରୟସ୍ଥଳରେ ଶରଣ ପଶିଛନ୍ତି ।

ASDMA କହିଛି ଯେ, ବନ୍ୟା ଯୋଗୁଁ ପ୍ରାୟ ୧୦୦୭ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି ଏହାସହ ୧୬,୫୦୦ ଘରୋଇ ପଶୁ ଓ କୁକୁଡ଼ା ମଧ୍ୟ ପ୍ରଭାବିତ ହୋଇଛି । ରାଜ୍ୟର ଅଧିକାଂଶ ନଦୀ ଯଥାକ୍ରମେ ସୋନିଟପୁର ଏବଂ ନେମାଟିଘାଟର ଜିଆଥାଲି ଏବଂ ବ୍ରହ୍ମପୁତ୍ର ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ଏହାମଧ୍ୟରେ ସୋମବାର ଅରୁଣାଚଳ ପ୍ରଦେଶର ଦିବାଙ୍ଗ ଘାଟି ଜିଲ୍ଲାର ଅରଜୁ ଗ୍ରାମରେ ଏକ ଭୂସ୍ଖଳନ ହୋଇ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି । ଗତ କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବଡ଼ ଭାଗ ପ୍ରଭାବିତ ହୋଇଛି ।

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି । ଲୋକଙ୍କୁ ବନ୍ୟା ଏବଂ ଭୂସ୍ଖଳନରୁ ରକ୍ଷା କରିବା ଏବଂ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply