କଳା ସାମ୍ରାଜ୍ୟର ଗୁମର ଖୋଲିବେ ଆକାଶ ! ୫ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି

1 min read

ଭୁବନେଶ୍ୱର: ଆକାଶ ପାଠକଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୫ଦିନିଆ ରିମାଣ୍ଡରେ ନେବା ପାଇଁ ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି । ଏହି ୫ ଦିନ ମଧ୍ୟ ଝାଳବୁହା ଜେରା କରିବ କ୍ରାଇମବ୍ରାଞ୍ଚ ସାଇବର ସେଲ୍ । ଜେରା ବେଳେ ସବୁ ଦୁର୍ନୀତିର ଚେର ଖୋଜିବ କ୍ରାଇମବ୍ରାଞ୍ଚ । ସେପଟେ ପାଠକ-ପ୍ରଦୀପ ବେନାମୀ ଅର୍ଥ କାରବାର ନେଇ ୩ଟି ମାମଲା ରୁଜୁ କରି ତନାଘନା କରୁଛି ଇଡି । ଖୁବ୍‌ଶୀଘ୍ର ପ୍ରଦୀପ ପାଣିଗ୍ରାହୀ ଓ ପାଠକ ବାପ ପୁଅ ୩ ଜଣଙ୍କୁ ଜେରା ପାଇଁ ସ୍ପେଶାଲ କୋର୍ଟରେ ଆବେଦନ କରିବ ଇଡି ।

ତେବେ ପାଣିଗ୍ରାହୀ ଓ ପାଠକ ବାପ ପୁଅଙ୍କର ବ୍ରହ୍ମପୁରରେ ଏକାଧିକ ଲୋକଙ୍କ ସହ ଆର୍ଥିକ କାରବାରର ପ୍ରମାଣ ମିଳିଛି । କମ୍ଭୁପାଣି ସାହୁ, ଏସ କେ ମହାରଣା, ରବୀନ୍ଦ୍ର ସାହୁ, ଗୁରୁମୁର୍ତ୍ତି ଅଏଲ କମ୍ପାନୀ, ସୂର୍ଯ୍ୟ ଫିଲିଂ ଷ୍ଟେସନ ମାଲିକ ତଦନ୍ତ ପରିସର ଭୁକ୍ତ ହୋଇପାରନ୍ତି । ପ୍ରାଥମିକ ତଦନ୍ତରୁ ପ୍ରଦୀପଙ୍କ ଆକାଉଣ୍ଟକୁ ୨ କୋଟି ୪୦ ଲକ୍ଷ ଆସିଛି । ଜେରା ପରେ ଆବଶ୍ୟକ ସ୍ଥଳେ ପ୍ରଦୀପ ଓ ପାଠକଙ୍କ ସମ୍ପତ୍ତି ବାଜ୍ୟାପ୍ତି ହୋଇପାରେ ।

ଏଥିସହ ସ୍କାଏକିଙ୍ଗ୍‌ ଠକେଇ ମାମଲାରେ କମିଶନରେଟ୍‌ ପୋଲିସ ଆକାଶ ପାଠକଙ୍କୁ ରିମାଣ୍ଡରେ ନେବାକୁ ପ୍ରସ୍ତୁତ ହେଉଛି । ଏନେଇ ଖୋର୍ଦ୍ଧା ଏସଡିଜେଏମ କୋର୍ଟକୁ ଅବଗତ କରାଇଛି କମିଶନରେଟ ପୋଲିସ । ଆକାଶଙ୍କ ବିରୋଧରେ ଠକେଇ ମାମଲା ଥିବା ଜଣାଇଛି ଖାରବେଳନଗର ଥାନା ପୋଲିସ । ଦିନେ ଦୁଇ ଦିନ ଭିତରେ ରିମାଣ୍ଡ ପାଇଁ ଆବେଦନ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

Leave a Reply