ପୌରାଣିକ କଥା ଚିତ୍ରରେ ଝଲସୁଛି ଗାଁ’ର କାନ୍ଥବାଡ଼

ଖୋର୍ଦ୍ଧା: ସହରର ପ୍ରତି କାନ୍ଥ ଯେତେବେଳେ ଝଲସିଲା । ଗାଁର କାନ୍ଥ କେମିତି ବା ଫିକା ପଡ଼ିଥାନ୍ତା । ସହରର କାନ୍ଥରେ ହୋଇଥିବା ବିଭିନ୍ନ ଚିତ୍ର ତାହାର ପ୍ରଭାବିତ କରିଛି ଗ୍ରାମାଞ୍ଚଳକୁ । ଏବେ ଗାଁ ଗହଳିରେ ଥିବା କାନ୍ଥ ଝଲସୁଛି ବିଭିନ୍ନ ସଚେତନତା ବାର୍ତ୍ତା ଏବଂ ଚିତ୍ରରେ । ଆଉ ଏହା ସମସ୍ତଙ୍କୁ ଉତ୍ସାହିତ କରିବା ସହ ସଚେତନତାର ବାର୍ତ୍ତା ଦେଉଛି ।

କାନ୍ଥରେ ଅଙ୍କା ଚାଲିଛି ଅନେକ ଅନେକ ବାର୍ତ୍ତା, ଚିତ୍ର । କେଉଁଠି ପୌରାଣିକ କଥା, କେଉଁଠି ସଂଗ୍ରାମର କାହାଣୀ, ପୁଣି ସ୍ୱଚ୍ଛତା, ଜଳ ସରକ୍ଷଣ, ଇତ୍ୟାଦି । ଇଏ ହେଉଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସୀମୋର ଗ୍ରାମ ପଞ୍ଚାୟତର କାନ୍ଥ । ରାଜ୍ୟ ସରକାରଙ୍କ ବାର୍ତ୍ତାକୁ ପାଥେୟ କରି ସରପଞ୍ଚଙ୍କ ଉଦ୍ୟମ, ସମସ୍ତିଙ୍କୁ ଉତ୍ସାହିତ କରିଛି ।

ସେହି ବାଟ ଦେଇ ଯାଉଥିବା ପିଲା ଠାରୁ ବୁଢା ସମସ୍ତେ ଅଟକି ଯାଉଛନ୍ତି ଏହି କାନ୍ଥ ପାଖରେ । ପୌରାଣିକ କଥାର ଚିତ୍ର ଦେଖି ଅତୀତର କାହାଣୀ ମଧ୍ୟ ମନେ ପକାଉଛନ୍ତି । ଯୁବ ପିଢ଼ି ସେଲଫି ନବାକୁ ମଧ୍ୟ ଲାଗି ପଡ଼ିଛନ୍ତି । ସମସ୍ତଙ୍କୁ ସଚେତ କରିବାର ଲକ୍ଷ ନେଇ ଚିତ୍ର ଶିଳ୍ପୀ ସେମାନଙ୍କ ଉଦ୍ୟମ ଜାରି ରଖିଛନ୍ତି।

Leave a Reply