ମୃତ୍ୟୁ ପରେ ବି ଜୀବିତ ନିମ କରୋଲି ବାବା, ହନୁମାନଙ୍କ ଅବତାର କୁହନ୍ତି ଭକ୍ତ

ନନ୍ଦିଘୋଷ ବ୍ୟୁରୋ: କେବଳ ଭାରତ ନୁହେଁ ବରଂ ବିଦେଶରେ ବି ଲୋକପ୍ରିୟ ସନ୍ଥ ଭାବେ ଜଣାଶୁଣା ନିମ କରୋଲି ବାବା  । ବିଂଶ ଶତାବ୍ଦୀର ଲୋକପ୍ରିୟ ସନ୍ଥ ଭାବେ ନିମ କରୋଲିଙ୍କ ଦର୍ଶନ ପାଇଁ ସବୁବେଳେ ଲମ୍ବା ଭିଡ  । ଆପଲ କମ୍ପାନୀର ଫାଉଣ୍ଡର ଷ୍ଟିଭ ଜବ୍ସ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ରିକେଟର ବିରାଟ କୋହଲି ଓ ଅନୁଷ୍କା ଶର୍ମା ମଧ୍ୟ ବାବାଙ୍କ ଭକ୍ତ ଲିଷ୍ଟରେ ସାମିଲ ଅଛନ୍ତି  । ବାବାଙ୍କ ଅନୁଗାମୀଙ୍କ କହିବା କଥା ଯେ ସେ ହନୁମାନଙ୍କ ଅବତାର  । କିନ୍ତୁ ଏତେ ସବୁ ଗୁଣର ଅଧିକାରୀ ହୋଇ ବି ନିଜକୁ ସାଧାରଣ ଲୋକ ଭାବନ୍ତି ବାବା  । ଏଥିପାଇଁ କୌଣସି ଭକ୍ତଙ୍କୁ ବାବାଙ୍କ ପାଦ ଛୁଇଁବାକୁ ସେ ଅନୁମତି ଦିଅନ୍ତି ନାହିଁ  । ହେଲେ କିଏ ଏହି ବାବା ?

ବାବା ହନୁମାନଙ୍କ ସାଧକ ଥିଲେ  । ଏଥିସହ ହନୁମାନଙ୍କ ମନ୍ଦିର ବିଭିନ୍ନ ସ୍ଥାନରେ ସ୍ଥାପନ କରିଥିଲେ  । ନିମ୍ କରୋଲି ବାବାଙ୍କ ଜନ୍ମ ୧୯୦୦ ମସିହା  ଉତ୍ତରପ୍ରଦେଶର ଅକବରପୁରରେ ହୋଇଥିଲା  । ବାବାଙ୍କ ବାସ୍ତବିକ ନାମ ଲକ୍ଷ୍ମୀ ନାରାୟଣ ଶର୍ମା ଥିଲା  । ବାବା ବିଭିନ୍ନ ନାମରେ ପରିଚିତ ଥିଲେ ଯେମିତି କି ଲକ୍ଷ୍ମଣ ଦାଶ, ହାଣ୍ଡିୱାଲା ବାବା, ତିକୋଣିଆ ବାଲା ବାବା ଏବଂ ତଳିଆ ବାବା ।  ତାଙ୍କ ପିତାଙ୍କ ନାମ ଦୁର୍ଗା ପ୍ରସାଦ ଥିଲା  । ବାବାଙ୍କ ପ୍ରାରମ୍ଭିକ ଶିକ୍ଷା ୧୭ ବର୍ଷ ବୟସରେ କିରହିନ ଗାଁରେ ଆରମ୍ଭ ହୋଇଥିଲା  ।  ମାତ୍ର ୧୧ ବୟସରେ ବ୍ରାହ୍ମଣ ଝିଅକୁ ସେ ବିବାହ କରିଥିଲେ  । ବିବାହ ପରେ ସେ ଘର ଛାଡି ଗୁଜୁରାଟର ଏକ ବୈଷ୍ଣବ ମଠରେ ଯାଇ ସାଧନା କରିଥିଲେ  ।

ବାବା ବିଭିନ୍ନ ସ୍ଥାନ ବୁଲିସାରିବା ପରେ ୧୯୫୮ରେ କାଞ୍ଚି ଧାମରେ ପହଞ୍ଚିଥିଲେ   । ସେଠାରେ ସେ ୧୯୬୪ ମସିହାରେ ଏକ ଆଶ୍ରମ ସ୍ଥାପନା କରିଥିଲେ  । ଯେଉଁଠାରେ ହନୁମାନ ମନ୍ଦିରର ମଧ୍ୟ ସ୍ଥାପନା କରିଥିଲେ  । ସୂଚନା ଅନୁସାରେ ନିମ୍ କରୋଲି ବାବାଙ୍କ ଆଶ୍ରମ କେବଳ ଭାରତ ବର୍ଷରେ ନୁହେଁ ଦେଶ ବିଦେଶରେ ଅବସ୍ଥିତ । ଯେମିତିକି କାଞ୍ଚି ,ବୃନ୍ଦାବନ,ଋଷିକେଶ,ସିମଲା  । ଯଦି କେହି ଭକ୍ତ ବାବାଙ୍କ ପାଦ ଛୁଇଁବାକୁ ଯାଉଥିଲେ ବାବା ମନା କରୁଥିଲେ । ସେ କହୁଥିଲେ ଯଦି ପ୍ରଣାମ କରିବ ହନୁମାନଙ୍କୁ କରନ୍ତୁ  । ୧୧ ସେପ୍ଚେମ୍ବର ୧୯୭୩ ରେ ନିମ୍ କରୋଲି ବାବା ପ୍ରାଣ ତ୍ୟାଗ କରିଥିଲେ  ।

ଯଦିଓ ବାବା ଏବେ ଜୀବିତ ନାହାଁନ୍ତି ତଥାପି ବାବଙ୍କ ଅଲୌକିକତା ଏବେ ବି ଲୋକଙ୍କ ମଧ୍ୟରେ ଜୀବିତ । ରିଚାର୍ଡ ଆଲପଟ (ରାମଦାଶ) ଜଣେ ଆମେରିକୀୟ ଭକ୍ତ ଯିଏକି ବାବାଙ୍କ  ଉଦ୍ଦେଶ୍ୟରେ ଏକ ବହି ଲେଖିଥିଲେ ଯାହାର ନାମ ଥିଲା ମିରାକଲ୍ ଅଫ୍ ଲଭ୍  । ଯେତେବେଳେ ୨୦୧୫ ରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ କରିଥିଲେ ସେଠାରେ ସେ ଫେସବୁକର କୋ ଫାଉଣ୍ଡର ଜୁକରବର୍ଗଙ୍କୁ  ଭେଟି କହିଥିଲେ ଯେ ସେ ଯେଉଁ ବି ପଦବୀରେ ଅଛନ୍ତି ସବୁକିଛି ନିମ୍ କରୋଲି ବାବାଙ୍କ ଉପଦେଶ କ୍ରମେ  ।

ନିମ୍ କରୋଲି ବାବାଙ୍କ ସମାଧି ବୃନ୍ଦାବନରେ ରହିଛି  । ତାଙ୍କ ପ୍ରତିମୂର୍ତ୍ତି ୧୫ ଜୁନ ୧୯୭୬ ମସିହାରେ ସ୍ଥାପିତ ହୋଇଥିଲା  ।  ନିମ୍ କରୋଲି ବାବା ଯଦିଓ ଜାବିତ ନାହାନ୍ତି କିନ୍ତୁ ଭକ୍ତ ମାନଙ୍କ ଜନମାନସରେ ଏବେ ବି ସେ ବଞ୍ଚିଛନ୍ତି  ।