ଓଡ଼ିଶା ବଜେଟ୍ ୨୦୨୩: କୃଷି କ୍ଷେତ୍ର ପାଇଁ ଭଣ୍ଡାର ଖୋଲିଲେ ନବୀନ

1 min read

ନନ୍ଦିଘୋଷ ବ୍ୟୁରୋ: ଆଶାଠୁ ଅଧିକ  । କୃଷି ପାଇଁ ଭଣ୍ଡାର ଖୋଲି ଦେଇଛନ୍ତି ରାଜ୍ୟ ସରକାର  । ରାଜ୍ୟର ଚାଷୀ କୂଳକୁ ବଳଦେବାକୁ ସରକାର ଯଥେଷ୍ଟ ଆନ୍ତରିକତା ଦେଖାଇଛନ୍ତି  । ଚାଷୀର ଆୟ ବୃଦ୍ଧି ଓ ଚାଷର ଅଭିବୃଦ୍ଧି ପାଇଁ କୃଷି ବଜେଟରେ ଗତ ଆର୍ଥିକ ବର୍ଷ ତୁଳନାରେ ଅଧିକ ୨୦ ପ୍ରତିଶତ ପାଣ୍ଠି ବରାଦ କରିଛନ୍ତି ରାଜ୍ୟ ସରକାର  । ୨୦୨୩-୨୪ କୃଷି ବଜେଟରେ ମୋଟ  ୨୪ ହଜାର ୮୨୯ କୋଟି ଟଙ୍କା  ପାଣ୍ଠି ବରାଦ କରିଛନ୍ତି  । ଏହା ୨୦୧୬-୧୭ ଆର୍ଥିକ ବର୍ଷର ବଜେଟ ଆକଳନ ଠାରୁ ୩ ଗୁଣ ଅଧିକ  ।  ବିଧାନସଭାରେ କୃଷି ବଜେଟ ଆଗତ କରି ଏହବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ  ।

ଶ୍ରୀ ପୂଜାରୀ ଦର୍ଶାଇଛନ୍ତି, କୃଷିକୁ ଚାଷ ଓ ଚାଷୀଙ୍କୁ ଆମ ସରକାର ସର୍ବାଧିକ ଫୋକସ କରୁଛନ୍ତି  । ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ତ୍ୱରାନିତ କରିବା ସହ ଚାଷୀଙ୍କୁ ଠିକ ସମୟରେ ପ୍ରାପ୍ୟ ଦେବାକୁ ୨ ହଜାର କୋଟି ଟଙ୍କାର ରିଭଲବିଙ୍ଗ ପାଣ୍ଠିର ବ୍ୟବସ୍ଥା କରାଯାଇଛି  । ଚାଷୀକୂଳ ଏହାର ବେଶ ଲାଭ ଉଠାଇବେ  । ଚାଷୀ ମାନଙ୍କୁ ସହାୟତା ଯୋଗାଇବାକୁ ସରକାର ଆରମ୍ଭ କରିଥିବା କାଳିଆ ଯୋଜନା ପାଇଁ ୧୮୭୯ କୋଟି ଟଙ୍କାର ପାଣ୍ଠି ବରାଦ ହୋଇଛି  । କାଳିଆରେ ଏଯାଏଁ ୪୧ ଲକ୍ଷ ୮ ହଜାର କ୍ଷୁଦ୍ର ଓ ନାମମାତ୍ର ଏବଂ ୧୮ ଲକ୍ଷ ୬୯ ହଜାର ଭୂମିହୀନ ଚାଷୀ ପରିବାର ସହାୟତା ପାଇଛନ୍ତି  ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ ଠିକଣା ଭାବେ ସରକାର କାର୍ଯ୍ୟକାରୀ କରୁଥିବାବେଳେ ରାଜ୍ୟ ମାନ୍ୟତା ସୂଚକାଙ୍କ ୨୦୨୨ରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ଅଛି  । ଚାଷୀଙ୍କ ପଶଲ ଉତ୍ପାଦନକୁ ପରିଚାଳନା ଓ ଠିକ ସମୟରେ ବିହନ ସାର କୀଟନାଶକ ଯୋଗାଣକୁ ତ୍ୱରାନିତ କରାଯିବ  । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ  । OUATରେ କୃଷି ଗବେଷଣା ଶିକ୍ଷା ଓ ଭିତ୍ତିଭୂମି ବିକାଶ ପାଇଁ ୧୬୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି  ।

ଚାଷୀଙ୍କ ଆର୍ଥିକ ବିକାଶରେ ଉଦ୍ୟାନ କୃଷି ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି  । ଏହାକୁ ଦୃଷ୍ଟିରେ ରଖି ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ପାଇଁ ୩୮୧ କୋଟି ଓ ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ ୧୨୧ କୋଟି ଟଙ୍କା ବ୍ୟବ ବରାଦ ହୋଇଛି  । ଆସନ୍ତା ପାଞ୍ଚ ବର୍ଷରେ ୨ ଲକ୍ଷ ହେକ୍ଟର ଜମିରେ ଜୈବିକ ଚାଷ କରିବାକୁ ଟାର୍ଗେଟ ରହିଛି  । କ୍ଷେତରେ ଆଧୁନିକ ଯନ୍ତ୍ରପାତି ବ୍ୟବହାର ପାଇଁ ଚାଷୀ ମାନଙ୍କୁ ସରକାର ଉତ୍ରାହିତ କରୁଛନ୍ତି  । ଏଥିପାଇଁ ଚାଷୀଙ୍କୁ ରିହାତି ଯୋଗାଇବାକୁ ୩୮୮ କୋଟି ଟଙ୍କା ବରାଦ ହୋଇଛି  ।

ଯେଉଁ ଅଞ୍ଚଳରେ ବିଜୁଳୀ ଅପହଞ୍ଚ ସେଠାରେ ଅକ୍ଷୟ ଶକ୍ତି ଉତ୍ସକୁ ପ୍ରାଧାନ୍ୟ ଦେଇ ସୈର ଜଳନିଧି ଯୋଜନାକୁ କାର୍ଯ୍ୟତକ୍ରମ କରପାଯାଇଛି  । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ସହ କୃଷି ବିପଣନ, ପ୍ରକ୍ରିୟାକରଣକୁ ଆମେ ଅଗ୍ରାସଧିକାର ଦେଉଛୁ  । କୃଷି କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଭାଗୀଦାରିତା ଓ ଉଦ୍ୟୋଗକୁ ପ୍ରୋତ୍ସାହନ ଦେଉଛୁ  । ପାଞ୍ତ ବର୍ଷର ରାଜ୍ୟର ୯ ଜିଲ୍ଲାର ୫୦ ବ୍ଲକରେ କାର୍ଯ୍ୟକାରୀ ହେବ ଓଡ଼ିଶା ପଣସ ମିଶନ  ।

ବଳରାମ ଯୋଜନାରେ ୧୨ ହଜାର ୩ ଶହ ୯୪ ଜଣ ଭାଗଚାଷୀଙ୍କୁ ୯୮ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ଏକ ଲକ୍ଷ ଗ୍ରୁପରେ ୫ ଲକ୍ଷ କୃଷକଙ୍କୁ ଅନ୍ତର୍ଭୁକ୍ତ କରିବାର ଲକ୍ଷ୍ୟ ରହିଛି । କାଳିଆ ଯୋଜନାରେ ଚାଷୀଙ୍କୁ ଋଣ ସୁଧ ରିହାତି ଯୋଜନାରେ ୮ ଶହ ୩୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିଭଳି କାଳିଆ ଯୋଜନା ପାଇଁ ୧ ହଜାର ୮୭୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଓଡ଼ିଶା ମିଲେଟ ମିଶନରେ ୨୦୨୩-୨୪ରେ ୪ ଶହ ୯୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବଜେଟରେ ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ବ୍ୟୟ ବରାଦକୁ ବୃଦ୍ଧି କରି ୧ ହଜାର ୭ ଶହ ୬୯ କୋଟି ଟଙ୍କାର ପ୍ରସ୍ତାବ ରହିଛି । ସେହିଭଳି କୁକୁଡା ଚାଷର ବିକାଶ ପାଇଁ ୧ ଶହ ୫୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।