ଜଳ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ ୭୫ ହଜାର କୋଟି

1 min read

ନନ୍ଦିଘୋଷ ବ୍ୟୁରୋ: କୃଷି ବଜେଟ ଆଗତ କରି ମନ୍ତ୍ରୀ ଶ୍ରୀ ପୂଜାରୀ ଗୃହକୁ କହିଲେ, ଜଳ ସେଚନର ଦ୍ରୁତ ବିକାଶକୁ ଆମ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି  । କଳାହାଣ୍ଢିର ଉପର ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପ, ଲୋୟର ଇନ୍ଦ୍ର ବୃହତ ଜଳସେଚନ ପ୍ରକଳ୍ପ ଓ ଦେଓ ,ସଜଳ ସଚେନ ପ୍ରକଳ୍ପ ଭଳି ବଡ଼ ପ୍ରକଳ୍ପ ଗୁଡିକୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ କୂଳକୁ ସମର୍ପିତ କରିଛନ୍ତି  । ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ ଦ୍ୱାରା ଗତଚ ଦୁଇ ବର୍ଷରେ ମୟୁରଭଞ୍ଜ ଓ ବାଲେଶ୍ନୱରରେ ଅତିରିକ୍ତ ୩୨ ହଜାର ହେକ୍ଟର ଜମିକୁ ଜଳ ସେଚନ ଯୋଗାଇ ଦିଆଯାଇଛି  । ଚଳିତ ବର୍ଷ ଆଉ ୧୦ ହଜାର ହେକ୍ଟର ଜମିକୁ ମିଳିବ ସେଚନ  । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାୟାଉଛି  । ଧାର୍ଯ୍ୟ ସମୟ ପୂର୍ବରୁ ଏହା ଶେଷ ହୋଇ  ୨୫ ହଜାର ୬ଶହ ହେକ୍ଟର ଜମିକୁ ଖରିଫ ଋତୁରେ ପାଣି ଯୋଗାଇ ଦେବ  ।

ଗଞ୍ଜାମର ଘଟେକଶ୍ୱର ଡ୍ୟାମ, ଅନୁଗୋଳର ମଞ୍ଜୋର ସମ୍ପ୍ରସାରଣ ଓ ନୟାଗଡ଼ର କୁସୁମି ବ୍ୟାରେଜ ନିର୍ମାଣ କାମ ୨୦୨୩ରେ ଶେଷ ହେବ  । ଜଳ ଚାହିଦା ପୂରଣ କରିବାକୁ ସରକାର ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟକ୍ଚର କାମ ହାତକୁ ନେଇଛନ୍ତି  । ୩୦ ଜିଲ୍ଲାରେ ଏହି କାମ ଚାଲୁଥିଲା ବେଳେ ଆସନ୍ତା ଆର୍ଥିକ ବର୍ଷରେ ୨୦ଟି ପ୍ରକଳ୍ପ ନିର୍ମାଣ ହେବ  । ଏଥିପାଇଁ  ୮୫୪ କୋଟି ବରାଦ ହୋଇଛି  । ପାର୍ବତିଗିରି ବୃହତ ଉଠା ଜଳସେଚନ ଯୋଜନାରେ ୨୦୮ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି  । ଦ୍ୱିତୀୟ ପର୍ଯ୍ୟାୟରେ ପାଞ୍ଚ ମଧ୍ୟରେ ୧୭୦ ଟି ପ୍ରକଳ୍ପ ହାତକୁ ନିଆଯାଇଛି  । ଏଥିରେ ୧୦ ହଜାର୭୫୯ କୋଟି ଖର୍ଚ୍ଚ ହୋଇଥିଲାବେଳେ ଅତିରିକ୍ତ ୨ଲକ୍ଷ ୬୩ ହଜାର ହେକ୍ଟର ଜମିକୁ ମିଳିବ ଜଳ  ।

ଆମ ସରକାର ଗଭୀର ନଳକୂପ ଓ ଗୋଷ୍ଠୀ ଉଠା ଜଳସେଚନ  କାର୍ଯ୍ୟକ୍ରମକୁ ଚାଷୀ ଅନୁକୂଳ କରିଛନ୍ତି  ।  ଏହି ଯୋଜନାରେ ଲକ୍ଷେରୁ ଅଧିକ ନଳକୂପ ୩୫ ହଜାର ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି  । ୨୦୨୫-୨୬ ସୁଦ୍ଧା ଅଧିକ ଏକ ଲକ୍ଷ ଗଭୀର ନଳକୂପ ସ୍ଥାପନ ପାଇଁ ୪ ହଜାର ୧୯୮ କୋଟି ଟଙ୍କା ମଞ୍ଜୁର ହୋଇଛି  । ଆସନ୍ତା ଆର୍ଥିକ ବର୍ଷରେ ବିଜୁ କୃଷକ ବିକାଶ ଯୋଜନାରେ ଦେଢ ହଜାର ଗୋଷ୍ଠୀ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍କାରୀ କରିବାକୁ ୪ ଶହ କୋଟି ବରାଦ ହୋଇଛ  ।

ମନ୍ତ୍ରୀ ଶ୍ରୀ ପୂଜାରୀ ବଜେଟ ଅଭିଭାଷଣରେ କହିଲେ,  ରାଜ୍ୟରେ ବଢି ଚାଲିଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ଜଳ ଭିତ୍ତିଭୂମି ସୃଷ୍ଟି କରାଯିବ  । ଏଥିପାଇଁ ଆମ ସରକାର ୭୫ ହଜାର କୋଟି ଟଙ୍କା ବିନିଯୋଗ କରିବ  ।