୧୬୮ ଏକର ଏହି ସାଗର ଚାଷୀଙ୍କ ଜଳର ଉତ୍ସ ଜଗନ୍ନାଥ ସାଗର

1 min read

ଜୟପୁର: ସାରା ଦେଶରେ ଭୂତଳ ଜଳ କମିବା ଏବେ ପାଲଟିଛି ମୁଖ୍ଯ ସମସ୍ଯା । ସେଥିପାଇଁ ଆଗାମୀ ଦିନରେ ଦେଶରେ ଉତ୍କଟ ଜଳ ସମସ୍ଯା ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି । ଏପରି ସ୍ଥଳେ ରାଜ୍ୟରେ ସମସ୍ତ ଜଳ ଉତ୍ସ ମାନଙ୍କ ସୁରକ୍ଷା ପାଇଁ ପ୍ରୟାସ କରିଛନ୍ତି ରାଜ୍ୟ ସରକାର । ବୃହତ୍ତ ଜଳାଶୟ ଗୁଡିକର ସୁରକ୍ଷିତ କରି ସେଠାରେ ସୌନ୍ଦର୍ଯ୍ୟକରଣ କରାଯାଉଛି । ଏହି କ୍ରମରେ ଜୟପୁରର ଐତିହାସିକ ଜଗନ୍ନାଥ ସାଗରର ପୁନଃଉଦ୍ଧାର ପାଇଁ ଆରମ୍ଭ ହୋଇଛି କାର୍ଯ୍ୟ । ଦିର୍ଘ ଦିନର ସପ୍ନ ସାକାର ହେବାକୁ ଯାଉଥିବାରୁ କୃତଜ୍ଞତା ଜଣାଇଛନ୍ତି ଜୟପୁରବାସୀ ।

ଜୟପୁରର ଐତିହ୍ଯ ଜଗନ୍ନାଥ ସାଗର । ୪ ଶହ ବର୍ଷ ପୁରୁଣା ସାଗର ସହରର ପରିଚୟ । ୧୬୮ ଏକର ଏହି ସାଗର ଚାଷୀଙ୍କ ଜଳର ଉତ୍ସ । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଇତିହାସ ହେବାକୁ ବସିଛି । ଜୟପୁରବାସୀଙ୍କ ଭାବାବେଗ ସହ ଜଡ଼ିତ ଏହି ସାଗରର ପୂନଃଉଦ୍ଧାର କାମ ଆରମ୍ଭ କରିଛନ୍ତି ରାଜ୍ଯ ସରକାର । ଜୟପୁର ପୌର ପରିଷଦକୁ ଏଥିପାଇଁ ୧୪ କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ହିନ୍ଦୁସ୍ଥାନ ଏରୋନେଟିକ୍ ଲିମିଟେଡ୍ ପକ୍ଷରୁ ୭ ଲକ୍ଷ ଟଙ୍କା ଜଗନ୍ନାଥ ସାଗରର ଉନ୍ନଟି କରଣ ପାଇଁ ଦିଆଯାଇଛି । ଅର୍ଥ ଆସିବା ପରେ ଆରମ୍ଭ ହୋଇଛି ପୂନଃଉଦ୍ଧାର କାମ । ସାଗରର ପାଣିକୁ ଅତ୍ୟାଧୁନିକ ଉପାୟରେ ଖାଲି କରିବା ସହ ପଙ୍କ ଉଦ୍ଧାର କରାଯାଉଛି । ପୂନଃ ଉଦ୍ଧାର ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ମୁଖ୍ଯମନ୍ତ୍ରୀ ଓ ଫାଇଭ-ଟି ଅଧ୍ଯକ୍ଷଙ୍କୁ ଧନ୍ଯବାଦ ଜଣାଇଛନ୍ତି ।

4୦୦ ବର୍ଷ ତଳେ ରାଜା ରାଜୁଡା ଅମଳରେ ନିର୍ମାଣ ହୋଇଥିଲା ଜଗନ୍ନାଥ ସାଗର। ଏହାର ନିଜର ସତ୍ତା ହରାଇ ବସିଥିବାରୁ ଫାଇଭ-ଟି ଅଧକ୍ଷ କାର୍ତ୍ତିକ ପାଣ୍ଡିଆନଙ୍ଗ ଗସ୍ତ ସମୟରେ ପୂନଃ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ ସହରବାସୀ। ପରେ ମୁଖ୍ୟ ଶାସନ ସଚିବ ଆସି ଅନୁଧ୍ୟାନ କରିଥିଲେ । ଏହାପରେ ରାଜ୍ୟ ସରକାର ମଧ୍ଯ ଡିପିଆର ପ୍ରସ୍ତୁତ କରି ସହାୟତା ଯୋଗାଇ ଦେଉଛନ୍ତି । ୮୫ ଟି ଏସଏଚଜି ଗୃପଙ୍କୁ ଏହାର କାମ କରିବାକୁ କାର୍ଯ୍ୟାଦେଶ ଦେଇଛି ଜୟପୁର ପୌର ପରିଷଦ । ଗ୍ରୀଷ୍ମ ଋତୁ ସରିବା ପୁର୍ବରୁ ଏହି କାମ ସମାପ୍ତ ହେବା ନେଇ ଆଶା କରାଯାଉଛି ।