ରବିବାର ସୂର୍ଯ୍ୟ ପରାଗ, ଜାଣନ୍ତୁ କେତେବେଳେ କରିବେ ପାକ ତ୍ୟାଗ …

1 min read
do's & donts of solar eclipse

ଭୁବନେଶ୍ୱର: ସୂର୍ଯ୍ୟକୁ ୭୨ ପ୍ରତିଶତ ଘୋଡାଇବ ଚନ୍ଦ୍ର । ଚାରିପଟେ ନିଆଁ ବଳୟ ସୃଷ୍ଟିହେବ । ଯାହାକୁ ଖାଲି ଆଖିରେ ଦେଖିଲେ ବିପଦ ବୋଲି କୁହାଯାଉଛି । ଆଫ୍ରିକା, ଉତ୍ତର-ପୂର୍ବ ୟୁରୋପ ଓ ଏସିଆ ମହାଦେଶର କିଛି ଅଞ୍ଚଳରେ ଏହା ଦୃଶ୍ୟମାନ ହେବ। ତେବେ ପୂର୍ଣ୍ଣ ପରାଗ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳରେ ଦେଖାଯିବ । ରାଜସ୍ଥାନ, ହରିୟାଣା ଓ ଉତ୍ତରାଖଣ୍ଡରେ ପ୍ରାୟ ଏକ ମିନିଟ୍‌ ଧରି ବଳୟ ସୂର୍ଯ୍ୟ ପରାଗ ଦେଖାଯିବ । କରୋନ କଟକଣା ପାଇଁ ଏଥର ପରାଗ ଦେଖିବାକୁ ବନ୍ଦ ରହିବ ପଠାଣି ସାମନ୍ତ ପ୍ଳାନେଟାରିୟମ୍‌ ।

୨୧ ତାରିଖରେ ହେବ ବଳୟ ସୂର୍ଯ୍ୟ ପରାଗ । ଏକ ସରଳରେଖାରେ ରହିବେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ । ଆଫ୍ରିକା, ୟୁରୋପ ଏବଂ ଏସିଆରେ ଦେଖାଯିବ ଏହି ପରାଗ । ଉତ୍ତର ଭାରତର ହରିୟାଣା, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ୨୭୦ କିଲୋମିଟର ପରିଧିରେ ଏହା ଦୃଶ୍ୟମାନ ହେବ । କିନ୍ତୁ ଓଡ଼ିଶାରେ ଏହାର ଆଂଶିକ ଦୃଶ୍ୟମାନ ହେବ । ସୁନ୍ଦରଗଡରେ ସର୍ବାଧିକ ୭୨ ପ୍ରତିଶତ ସୂର୍ଯ୍ୟକୁ ଘୋଡାଇବ ଚନ୍ଦ୍ର । ସେହିପରି ମାଲକାନଗିରିରେ ୬୧ ପ୍ରତିଶତ ଏବଂ ଭୁବନେଶ୍ୱରରେ ୬୫ ସୂର୍ଯ୍ୟକୁ ଢାଙ୍କିବ ଚନ୍ଦ୍ର । ସାରା ଦେଶରେ ପରାଗ ସକାଳ ୧୦ ଟା ୨୦ ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୨ ଟା ୨୦ ରେ ସର୍ବମୋକ୍ଷ ହେବ ।

ତେବେ ସୂର୍ଯ୍ୟ ପରାଗ ନେଇ ଗ୍ରହ ଚଳନ ଉପରେ ଆକଳନ କରିଛନ୍ତି ଜ୍ୟୋତିର୍ବିତ୍‌ । ୨୧ ତାରିଖ ଦିନ ଗୋଟିଏ ରାଶିରେ ବୁଧ, ଚନ୍ଦ୍ର, ରାହୁ ଏବଂ ରବି ରହିବେ । ଏମାନଙ୍କ ଉପରେ ମଙ୍ଗଳଙ୍କର ଦୃଷ୍ଟି ରହିବ । ତେଣୁ ୨୦ ତାରିଖ ରାତି ୧୦ ଟା ୩୮ରୁ ପାକ ତ୍ୟାଗ ଏବଂ ଦେବ ପୂଜା ବାରଣ କରାଯାଇଛି । ୨୧ ତାରିଖ ସକାଳ ୧୦ ଟା ୩୮ ରୁ ଦିନ ୨ଟା ୯ ମିନିଟ ପର୍ଯ୍ୟନ୍ତ ପରାଗର ପ୍ରଭାବ ରହୁଥିବାରୁ ଏହି ସମୟରେ ଅନ୍ନ ଏବଂ ରନ୍ଧା ଖାଦ୍ୟ ଖାଇବାକୁ ବାରଣ କରାଯାଇଛି । ପରାଗ ବାୟୁ ତତ୍ତ୍ଵରେ ସଂଗଠିତ ହେଉଥିବାରୁ ବାୟୁ ଏବଂ ଜଳ ଦ୍ଵାରା ସଂଚାଳିତ ରୋଗ ତଥା ଆଗାମୀ ୩ ମାସ ପର୍ଯ୍ୟନ୍ତ ପ୍ରାକୃତିକ ବିପର୍ଯୟକୁ ଏଡାଇ ଦିଆଯାଇ ପାରିବନି ବୋଲି ଆକଳନ କରିଛନ୍ତି ଜ୍ୟୋତିଷ ।

ବର୍ତ୍ତମାନ ପୃଥିବୀ ଠାରୁ ଚନ୍ଦ୍ର ୪ ଲକ୍ଷ ୫ ହଜାର କିଲୋମିଟର ଦୂରରେ ରହିଛି । ତେଣୁ ତାହା ଆମକୁ ଛୋଟ ଦେଖାଯାଉଛି । ଏହି ସମୟରେ ଏହା ସୂର୍ଯ୍ୟକୁ ସଂପୂର୍ଣ୍ଣ ଭାବରେ ଢାଙ୍କି ପାରୁନଥିବାରୁ ବଳୟ ସୂର୍ଯ୍ୟ ପରାଗ ଅନୁଷ୍ଠିତ ହେବ ।

Leave a Reply