ଟି-୨୦ ବିଶ୍ବକପ ପାଇଁ ଟିମ ଘୋଷଣା କଲା ଦକ୍ଷିଣ ଆଫ୍ରିକା

1 min read

ନନ୍ଦିଘୋଷ ବ୍ୟୁରୋ: ଜୁନ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ । ଟିମ ଇଣ୍ଡିଆ ଏଯାବତ ଦଳ ଘୋଷଣା କରିନଥିବାବେଳେ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଛି । ୧୫ ଜଣିଆ ଘୋଷଣା ହୋଇଥିବା ଟିମରୁ  ୧୦ ଜଣ ଖେଳାଳି ଏବେ ଆଇପିଏଲ ଖେଳୁଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଦିନିକିଆ ବିଶ୍ବକପରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ହୋଇଥିବା ଟିମ୍ବା ବାଭୁମା ଟି-୨୦ ବିଶ୍ବକପ ଦଳରେ ସ୍ଥାନ ପାଇନାହାନ୍ତି । ଇଡେନ ମାକ୍ରମଙ୍କ ଅଧିନାୟକତ୍ବରେ ଦଳ ବିଶ୍ବକପ ଖେଳିବାକୁ ଯାଉଛି । ଅଭିଜ୍ଞ ଏବଂ ଯୁବ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି । ଏବେ ୧୦ ଜଣ ଖେଳାଳି ଆଇପିଏଲ ଖେଳୁଥିବାବେଳେ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।