ନିର୍ବାଚନ ପାଇଁ ମହିଳାଙ୍କୁ ବିଜେପିର ଅସମ୍ମାନ ଗ୍ରହଣୀୟ ନୁହେଁ, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ମହିଳାଙ୍କୁ ବିଜେପି ଦୁର୍ବ୍ୟବହାର ପ୍ରଦର୍ଶନ କରୁଛି। ମହିଳାଙ୍କ ନାଁରେ ମିଛ ଅଭିଯୋଗ ସହ ସେମାନଙ୍କ ଚରିତ୍ର ସଂହାର କରୁଛି ବିଜେପି । ମହିଳାମାନଙ୍କୁ ଆଗକୁ ନେବା ପାଇଁ ମିଶନ ଶକ୍ତି କାମ କରୁଛି। ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ସମାଜ ପାଇଁ କାମ କରୁଛନ୍ତି। ନିର୍ବାଚନ ଆସିବ, ଯିବ । ହେଲେ ନିର୍ବାଚନ ପାଇଁ ମହିଳାଙ୍କୁ ବିଜେପି ଲଗାତାର ଅସମ୍ମାନ କରିବା ଗ୍ରହଣୀୟ ନୁହେଁ ବୋଲି ବିଜେଡି କହିଛି ।

ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଏନେଇ ଅଭିଯୋଗ କରିଛି। ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପିର ମହିଳାବିରୋଧୀ ଆଭିମୁଖ୍ୟ ନେଇ ଅଭିଯୋଗ କରି କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି । ବିଜେଡି ପ୍ରତିନିଧି ଦଳରେ ସାଂସଦ ସୁଲତା ଦେଓ, ମୁଖପାତ୍ର ପ୍ରିୟବ୍ରତ ମାଝୀ, ମହୀକ୍ଷିତା ମିଶ୍ର ଓ ଅନ୍ୟମାନେ ସାମିଲ ଥିଲେ ।