ଆଜି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ… ମହାକାଶରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟଙ୍କର ମହାଜାଗତିକ ଖେଳ

today's solar eclipse, surya grahan

ଭୁବନେଶ୍ୱର: ଆଜି ସୂର୍ଯ୍ୟ ପରାଗ । ମହାକାଶରେ ଘଟିବ ବିରଳ ମହାଜାଗତିକ ଘଟଣା । ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟ ଏକ ସରଳରେଖାରେ ରହିବେ । ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି । ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି । ସୂର୍ଯ୍ୟ ଚାରିପଟେ ଦୃଶ୍ୟମାନ ହେବ ନିଆଁ ଭଳି ବଳୟ । ଆଫ୍ରିକା, ୟୁରୋପ ଏବଂ ଏସିଆରେ ଦେଖାଯିବ ଏହି ପରାଗ । ଭାରତର ହରିୟାଣା, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ୨୭୦ କିଲୋମିଟର ପରିଧିରେ ଏହା ଦୃଶ୍ୟମାନ ହେବ । କିନ୍ତୁ ଓଡ଼ିଶାରେ ହେବ ଆଂଶିକ ଦୃଶ୍ୟମାନ । ସୁନ୍ଦରଗଡ଼ରେ ସର୍ବାଧିକ ୭୨ ପ୍ରତିଶତ ସୂର୍ଯ୍ୟକୁ ଘୋଡ଼ାଇବ ଚନ୍ଦ୍ର । ସେହିପରି ମାଲକାନଗିରିରେ ୬୧ ଏବଂ ଭୁବନେଶ୍ୱରରେ ସୂର୍ଯ୍ୟକୁ ୬୫ ପ୍ରତିଶତ ଚନ୍ଦ୍ର ଢାଙ୍କିଦେବ । ପରାଗ ସକାଳ ୧୦ଟା ୨୦ ରୁ ଆରମ୍ଭ ହୋଇ ଦିନ ୨ ଟା ୨୦ ରେ ସର୍ବମୋକ୍ଷ ହେବ ।

ରବିବାର ସୂର୍ଯ୍ୟ ପରାଗ, ଜାଣନ୍ତୁ କେତେବେଳେ କରିବେ ପାକ ତ୍ୟାଗ …

ରାହୁଗ୍ରସ୍ତ ଚୂଡ଼ାମଣି ଯୋଗରେ ସୂର୍ଯ୍ୟପରାଗ ହେଉବାରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ କରାଯାଇଛି । ସୂର୍ଯ୍ୟ ପରାଗ ଆରମ୍ଭ ହେବାର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ଏଥିପାଇଁ ଗତକାଲି ରାତି ସାଢ଼େ ୧୦ ଟା ୩୫ ସୁଦ୍ଧା ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ସମସ୍ତ ନୀତିକୁ ସମ୍ପୂର୍ଣ୍ଣ କରାଯାଇଛି । ମହାପ୍ରଭୁଙ୍କ ପହୁଡ଼ ନୀତି ହୋଇନାହିଁ । ପରାଗ ସ୍ପର୍ଶ ପରେ ବିଧି ଓ ପରମ୍ପରା ଅନୁସାରେ ଶ୍ରୀଜିଉଙ୍କର ଉତ୍ତରୀ ମଇଲମ ନୀତି କରାଯିବା ସହ ଗ୍ରହଣ ମହାସ୍ନାନ, ମଇଲମ ଓ ବେଶ କରାଯାଇ ଦିନ ଗୋଟାଏ ସୁଦ୍ଧା ମଙ୍ଗଳ ଆଳତି ହେବ । ତେବେ ଖାଲି ଆଖିରେ ସୂର୍ଯ୍ୟ ପରାଗ ଦେଖିବାକୁ ବିଶେଷଜ୍ଞ ବାରଣ କରିଛନ୍ତି ।

Leave a Reply