ତାଜା ଖବର ଯାଜପୁର: ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’କୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆଜି ଓ ଆସନ୍ତାକାଲି ପାଇଁ ଛୁଟି ଘୋଷଣା କଲେ ଯାଜପୁର ଜିଲ୍ଲାପାଳ । November 8, 2019 ')}
ତାଜା ଖବର ଅତି ଭୟଙ୍କର ବାତ୍ୟାରେ ପରିଣତ ହେଲା ‘ବୁଲବୁଲ୍’ । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିମି ବେଗରେ ଅଗ୍ରସର । ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୩୯୦ କିମିରେ ଦୂରରେ ‘ବୁଲବୁଲ୍’ । November 8, 2019 ')}
ତାଜା ଖବର ମୁମ୍ବାଇ : ଯଦି ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବ ତେବେ ଏହା ରାଜ୍ୟବାସୀଙ୍କ ପ୍ରତି ଅସମ୍ମାନ ହେବ : ସଂଜୟ ରାଉତ, ଶିବସେନା ମୁଖପାତ୍ର November 8, 2019 ')}
ତାଜା ଖବର ଭଦ୍ରକ: ଚାନ୍ଦବାଲିରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ବସରୁ ୧୪ ପେଟି ନକଲି ଗୁଟଖା ଜବତ । ବସର ହେଲପର ଓ କଣ୍ଡକ୍ଟରକୁ ଅଟକ ରଖି ଟାଉନ୍ ଥାନା ପୋଲିସର ପଚରାଉଚରା । November 8, 2019 ')}
ତାଜା ଖବର ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ବୁଲବୁଲକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା । ପ୍ରଭାବିତ ହେବାକୁ ଥିବା ୯ଟି ଜିଲ୍ଲାକୁ ୨ଟି ଲେଖାଏଁ ଓଡ୍ରାଫ୍ ଟିମ୍, ଅତି ପ୍ରଭାବିତ ୬ଟି ଜିଲ୍ଲାକୁ ୧ଟି ଲେଖାଏଁ NDRF ଓ ୨ଟି ଲେଖାଏଁ ଅଗ୍ନିଶମ ବାହିନୀ ପଠାଯାଇଛି । ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ। ବାତ୍ୟା ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । November 8, 2019 ')}
ତାଜା ଖବର ଭୁବନେଶ୍ୱର : ଲୋକସେବା ଭବନରେ ମନ୍ତ୍ରୀ ପରିଷଦ ବୈଠକ ଶେଷ, ଅତିରିକ୍ତ ବଜେଟ୍ ଚିଠା ପ୍ରସ୍ତାବକୁ ଅନୁମୋଦନ । ପ୍ରାୟ ୮ ହଜାର ୩ ଶହ କୋଟି ଟଙ୍କା ହୋଇପାରେ ଅତିରିକ୍ତ ବଜେଟର ଆକଳନ । ଆସନ୍ତା ୧୩ ତାରିଖରେ ବିଧାନସଭାରେ ଆଗତ ହେବ ଅତିରିକ୍ତ ବଜେଟ୍ । November 8, 2019 ')}
ତାଜା ଖବର ଭଦ୍ରକ: ପଶ୍ଚିମବଙ୍ଗକୁ ଯାଉଥିବା ୫୦ଟି ମାଛଧରା ବୋଟ୍ ବାତ୍ୟା ପ୍ରଭାବରେ ସମୁଦ୍ରରେ ଆଗକୁ ଯାଇନପାରି ଧାମରା ବନ୍ଦର ମୁହାଁଣକୁ ଫେରିଆସିଛନ୍ତି । ପ.ବଙ୍ଗ ସରକାରଙ୍କ ଅନୁରୋଧକ୍ରମେ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରୁଛି ଭଦ୍ରକ ଜିଲ୍ଲା ପ୍ରଶାସନ । November 8, 2019 ')}
ତାଜା ଖବର କଟକ : ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ବିଭୁପ୍ରସାଦ ରାଉତରାୟ। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଶପଥ ପାଠ କରାଇଲେ। ଗୃହ ସଚିବ ସଂଜୀବ ଚୋପ୍ରା ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ନିଯୁକ୍ତିପତ୍ର ପାଠ କଲା ପରେ ହେଲା ଶପଥପାଠ । November 8, 2019 ')}
ତାଜା ଖବର ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧି ଓ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧିଙ୍କଠାରୁ ପ୍ରତ୍ୟାହାର ହେବ SPG ସିକ୍ୟୁରିଟି। ସେମାନଙ୍କୁ Z ପ୍ଲସ୍ ସିକ୍ୟୁରିଟି ପ୍ରଦାନ କରାଯିବାକୁ ଗୃହ ମନ୍ତ୍ରାଳୟର ନିଷ୍ପତ୍ତି। November 8, 2019 ')}
ତାଜା ଖବର ଭୁବନେଶ୍ୱର : ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତୃଟି ଦେଖାଦେବାରୁ ରାୟପୁର ବିମାନ ବନ୍ଦରରେ ଜରୁରୀ ଅବତରଣ। ୮୯ ଯାତ୍ରୀ ଓ ସମସ୍ତ କ୍ରିଉ ମେମ୍ବର ସୁରକ୍ଷିତ ଥିବା ସୂଚନା। ସନ୍ଧ୍ୟା ୫ଟା ୫୭ରେ ଭୁବନେଶ୍ୱରରୁ ଛାଡ଼ିଥିଲା AI 670 ବିମାନ November 8, 2019 ')}