ବ୍ୟାଟେରୀ ଉତ୍ପାଦନକାରୀ କାରଖାନାରେ ଭୟଙ୍କର ନିଆଁ, ୩ ମୃତ

Massive Fire In Battery Manufacturing Company Faridabad

ଫରିଦାବାଦ: ଫରିଦାବାଦ ସ୍ଥିତ ଏକ ବ୍ୟାଟେରୀ ଉତ୍ପାଦନକାରୀ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଦୁର୍ଘଟଣାରେ ୩ ଜଣ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ସହ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଛନ୍ତି । ତେବେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ ।

ଏବେ ନିୟମିତ ବ୍ୟବଧ୍ୟାନରେ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସୁଛି । ନିକଟରେ ଦିଲ୍ଲୀରେ ଏକ ଚାରି ମହଲା କୋଠାରେ ନିଆଁ ଲାଗି ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନେକ ଲୋକ ଆହତ ହୋଇଥିଲେ । ବିଳମ୍ବିତ ରାତି ଯାଏ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା ।

ଏହା ପରେ ଏମସିଡିର ୬ଟି ଟିମ୍ ଅଞ୍ଚଳରେ ସର୍ଭେ କରିଥିଲା । ଏହି ଘଟଣା ପରେ ଆରୋପ ପ୍ରତ୍ୟାରୋପ ଖୁବ୍ ହୋଇଥିଲା । ପରେ ଜଣାପଡ଼ିଥିଲା ବିଲ୍ଡିଂକୁ ଅଗ୍ନିଶମ ବିଭାଗ ଏନଓସି ଦେଇ ନଥିଲା ।