ବିବାହ ବନ୍ଧନରେ ବାନ୍ଧି ହେଲେ ବେବି ଡଲ୍, ଭାଇରାଲ୍ ହେଲା ଫଟୋ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବେବି ଡଲ୍ । ବଲିଉଡର ସୁନ୍ଦରୀ ଗାୟିକା କନିକା କପୁରଙ୍କ ବାହାଘର ସରିଛି । ବିଜନେସ ମ୍ୟାନ ଗୌତମଙ୍କ ହାତ ଧରିଛନ୍ତି କନିକା । ଗତ ଶୁକ୍ରବାର ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ ବାହା ହୋଇଛନ୍ତି କନିକା । ବାହାଘର ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଗତ କିଛି ଦିନ ହେବ ପରିବାର ସହ କନିକା ଲଣ୍ଡନରେ ହିଁ ଅଛନ୍ତି । ସେହିଠାରେ ହିଁ ତାଙ୍କ ବିବାହର ସବୁ ଫଙ୍ଗସନ୍ ହୋଇଛି । ନିକଟରେ ତାଙ୍କ ମେହେନ୍ଦୀ, ହଳଦୀର ଫଟୋ ଭାଇରାଲ ହୋଇଥିଲା ।

ଫଟୋରେ ଦେଖାଯାଉଛି କନିକା ହାଲୁକା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ଭାରୀ ଅଳଙ୍କାର ସହ ମେକଅପରେ ସୁନ୍ଦର ଦେଖାଯାଉଛନ୍ତି ସେ । ତାଙ୍କ ସ୍ବାମୀ ମଧ୍ୟ କ୍ରିମ୍ କଲରର ସେରଓ୍ବାନୀ ପିନ୍ଧିଛନ୍ତି । କନିକାଙ୍କ ବିବାହରେ ପରିବାର ସହ ତାଙ୍କର ଘନିଷ୍ଠ ବନ୍ଧୁମାନେ ହିଁ ସାମିଲ ହୋଇଥିଲେ ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଏହା ହେଉଛି କନିକାଙ୍କ ଦ୍ବିତୀୟ ବିବାହ । ପୂର୍ବରୁ ସେ ଏନଆରଆଇ ରାଜଙ୍କୁ ବିବାହ କରିଥିଲେ ।  କନିକାଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି । ୨୦୧୨ରେ କନିକା ଛାଡପତ୍ର ନେଇଥିଲେ । ଏବଂ ଏହା ପରେ ସେ ସଙ୍ଗୀତକୁ କ୍ୟାରିୟର୍ ଭାବେ ବାଛିଥିଲେ ।