କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଭାବନୀୟ ଦୃଶ୍ୟ, ଅର୍ଦ୍ଧନଗ୍ନ ହୋଇ ବିକ୍ଷୋଭ କଲେ ଯୁବତୀ

କାନ୍ସ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳିଲା ଲୋମ ଟାଙ୍କୁରି ଉଠିଲା ଭଳି ଚିତ୍ର । ରେର୍ଡ କାର୍ପେଟରେ ଦେଖାଦେଲେ ଜଣେ ଅର୍ଦ୍ଧନଗ୍ନ ଯୁବତୀ । ଆଉ ଦେଲେ ଦୁଷ୍କର୍ମ ବିରୋଧରେ ନାରା । ଏହି ବିଷୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବତୀ ଜଣଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେ ଯୁକ୍ରେନର ବୋଲି ଜଣାପଡ଼ିଛି । ସେଠାରେ ହେଉଥିବା ଯୌନ ନିର୍ଯାତନା ଏବଂ ଦୁଷ୍କର୍ମ ଭଳି ଅତ୍ୟାଚାର ବିରୋଧରେ ଯୁବତୀ ଜଣଙ୍କ ଅଭିନବ ପ୍ରତିବାଦ କରିଛନ୍ତି । ଆଉ ତାଙ୍କର ଏଭଳି ଅର୍ଦ୍ଧନଗ୍ନ ଅବସ୍ଥାରେ ନାରା ଦେବା ସମସ୍ତଙ୍କୁ ବିଚଳିତ କରିଛି ।

ଏହି ଘଟଣା ପରେ ଫେଷ୍ଟିଭାଲର ସୁରକ୍ଷାକର୍ମୀ ଯୁବତୀଙ୍କୁ ଢାଙ୍କି ସେଠାରୁ ନେଇଯାଇଛନ୍ତି । କାନ୍ସ ଫେଷ୍ଟିଭାଲରେ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି କହିଥିଲେ, ଗତ କିଛି ମାସରେ ୟୁକ୍ରେନରେ ଶତାଧିକ ଦୁଷ୍କର୍ମ ହୋଇଛି । ରୁଷ ସୈନ୍ୟମାନେ ଶିଶୁ ଏବଂ ନାବାଳିକାଙ୍କୁ ମଧ୍ୟ ଦୁଷ୍କର୍ମ କରୁଛନ୍ତି । ସେଠାରେ ଚାଲିଥିବା ହିଂସାର ବିରୋଧ କରିବାକୁ ଯାଇ ଯୁବତୀ ଜଣଙ୍କ ଏପରି କରିଛନ୍ତି ।