ତାଜା ଖବର ଭୁବନେଶ୍ୱର : ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭରୁ ପ୍ରଶ୍ନକାଳ ବାତିଲ୍ କରି ମୂଲତବି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଅଡ଼ି ବସିଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ଗୃହର ମଧ୍ୟଭାଗରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ପ୍ରତିବାଦ କରିବାକୁ ଗୃହକୁ ପ୍ରଥମେ ଅପରାହ୍ନ ୩ଟା ଯାଏଁ ମୁଲତବୀ କରାଯାଇଥିଲା । November 13, 2019 ')}
ତାଜା ଖବର ଭୁବନେଶ୍ୱର : ଏଣିକି ଗାଁରେ ଘର କରିବାକୁ ହେଲେ, ପଞ୍ଚାୟତ ସମିତି ପାଖରେ ଆବେଦନ କରିବାକୁ ପଡ଼ିବ। ସେମାନେ ଏହାକୁ ପ୍ରାଥମିକ ସ୍ତରରେ ମଞ୍ଜୁରୀ ଦେଇ ଟାଉନ ପ୍ଲାନିଂ ପାଖକୁ ପଠାଇ ଚୂଡାନ୍ତ ମଞ୍ଜୁରୀ ଦେବା ପରେ ହି ଘର କରି ହେବ। ଏହାର ଗେଜେଟ ନୋଟିଫିକେସନ ସରିଛି। November 12, 2019 ')}
ତାଜା ଖବର ବାରିପଦା : ହଟିଲେ ମୟୁରଭଞ୍ଜ ବଡ଼ସାହିର ଥାନା ଅଧିକାରୀ । IIC ବିଶ୍ୱଜା କୁମାର ରାଉତରାୟଙ୍କ ଲାଞ୍ଚ ଭିଡିଓ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ । ବାରିପଦା ମୁଖ୍ୟାଳୟକୁ ବଦଳି ନେଇ ନିର୍ଦ୍ଦେଶ । ମଞ୍ଜୁଲତା ଧଡ଼ାଙ୍କୁ ତାଙ୍କୁ ସ୍ଥାନରେ ଦିଆଗଲା ଦାୟିତ୍ୱ । November 12, 2019 ')}
ତାଜା ଖବର ମୁମ୍ବାଇ : ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର କ୍ୟାବିନେଟର ସୁପାରିସ୍ । ଏପଟେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ମହାରାଷ୍ଟ୍ର ରାଜ୍ୟପାଳ । November 12, 2019 ')}
ତାଜା ଖବର ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସୂଚନା ଓ ଅଧିକାର ଆଇନ୍ ମଧ୍ୟରେ ଆସିବ କି ନାହିଁ ? ଏ ସଂପର୍କିତ ମାମଲାର ରାୟ ଆସନ୍ତାକାଲି ଶୁଣାଇବେ ସର୍ବୋଚ୍ଚ ନ୍ୟାୟାଳୟ । ମୁଖ୍ୟ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଆସନ୍ତାକାଲି ଶୁଣାଇବେ । ଅପରାହ୍ନ ୨ଟାରେ ଆସିବ ରାୟ। November 12, 2019 ')}
ତାଜା ଖବର ରାୟଗଡା: ବୋଇତ ବନ୍ଦାଣ ବେଳେ ନଦୀରେ ବୁଡ଼ି ଯାଇ କଲେଜ ଛାତ୍ରଙ୍କ ମୃତ୍ୟୁ । ନାଗାବଳୀ ନଦୀର ଝୁଲା ବ୍ରିଜ ନିକଟରେ ଘଟିଛି ଅଘଟଣ । ମୃତ ଛାତ୍ର ଜଣଙ୍କ UGMIT କଲେଜର ସୁମନ ବେହେରା । November 12, 2019 ')}
ତାଜା ଖବର ଗୁଣୁପୁର: ବୋଇତ ଭସାଣ ବେଳେ ଅଘଟଣ, ବଂଶଧାରା ନଦୀର ଗୁମୁଡ଼ା ନିକଟରେ ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣଙ୍କ ଗୁମୁଡ଼ା ଗାଁର ସନ୍ତୋଷ ଜେନା । November 12, 2019 ')}
ତାଜା ଖବର ଗଜପତି: ରେଳଷ୍ଟେସନ୍ ନିକଟରୁ ଚନ୍ଦନ କାଠ ଜବତ । ଚୋରା ଚାଳାଣ ବେଳେ ଜବତ କଲା ପାରଳାଖେମୁଣ୍ଡି ବନ ବିଭାଗ । ଜବତ କାଠର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା, ଜଣେ ଅଟକ । November 12, 2019 ')}
ତାଜା ଖବର ରାଉରକେଲା: ଜନ ସେବା କେନ୍ଦ୍ରରୁ ଲୁଟ୍ । ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଅନ୍ତର୍ଗତ ଝାରବେଡ଼ା ଜନ ସେବା କେନ୍ଦ୍ରରୁ ଲୁଟ । ନଗଦ ୨୫ ହଜାର ଟଙ୍କା, କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ ଅଭିଯୋଗ । ଘଟଣାସ୍ଥଳରେ କୁଆଁରମୁଣ୍ଡା ଫାଣ୍ଡି ପୋଲିସ ଓ ବିରମିତ୍ରପୁର ଥାନା ପୋଲିସର ତନାଘନା । November 12, 2019 ')}
ତାଜା ଖବର ଯାଜପୁର: ପାଣିକୋଇଲି ପଥରପଦା ନିକଟରେ ମର୍ମତୁଦ ସଡ଼କ ଦୁର୍ଘଟଣା, ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ । ଆଳୁ ବୋଝେଇ ଟ୍ରକ ସହ ବାଇକ୍ ଧକ୍କା ଫଳରେ ଦୁର୍ଘଟଣା । November 12, 2019 ')}