ତାଜା ଖବର ଭୁବନେଶ୍ୱର: ଗ୍ୟାରେଜ ଛକ ନିକଟରେ ବେଆଇନ୍ ୩ ମହଲା ଘରକୁ ଭାଙ୍ଗିଲା ବିଡିଏର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । ୨ଟି ବୁଲଡୋଜର ଲଗାଯାଇ ଉଚ୍ଛେଦ । ପୂର୍ବରୁ ଉଚ୍ଛେଦ ନେଇ ନୋଟିସ୍ କରିଥିଲା ବିଡିଏ । ପୋଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ଜାରି । December 11, 2019
ତାଜା ଖବର ଅନୁଗୁଳ: ବଅଁରପାଳ ହାଟ ନିକଟରେ ନାଲକୋର ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ଦାମନଯୋଡ଼ିରୁ ନାଲକୋ ସ୍ମେଲଟର ପ୍ଲାଣ୍ଟକୁ ଆଲୁମିନା ଆଣୁଥିବା ବେଳେ ଟ୍ରାକରୁ ଇଞ୍ଜିନ୍ ସହ ଖସିଲା ୩ଟି ବଗି । December 11, 2019
ତାଜା ଖବର ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ । ମହାନଦୀ ଜଳ ବିବାଦ ମାମଲାରେ ରଖିଲେ ପ୍ରତିକ୍ରିୟା । ୨ ରାଜ୍ୟର ହିତ ପାଇଁ ଆଲୋଚନା ମାଧ୍ୟମରେ ସମାଧାନ ହେବ । December 11, 2019
ତାଜା ଖବର ଭଦ୍ରକ: ଚରମ୍ପା ସ୍ଥିତ ସିଆରଏସ.ଆର ଅନ୍ଧ,ମୂକ ପିଲାମାନଙ୍କ ସହ ମଧ୍ୟାହ୍ନ ଭୋଜନ କଲେ 5T ସଚିବ ଭି.କେ ପାଣ୍ଡିଆନ୍ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର । December 10, 2019
ତାଜା ଖବର ଜଳେଶ୍ୱର: ୬୮ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ । ଜଳେଶ୍ୱର ଥାନା ରାଜପୁର ବସ୍ତିରେ ମିଳିତ ଚଢ଼ାଉ କରି ଧରିଲା ଅବକାରୀ ବିଭାଗ ଓ ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା । ରାଜପୁର ବସ୍ତିର ଆବାସ ଖାନ ଗିରଫ । December 10, 2019
ତାଜା ଖବର ପୁରୀ : ବଦଳିବ ସ୍ୱର୍ଗଦ୍ୱାରର ରୂପରେଖ ହେବ ନବକଳେବର। ଏଥିପାଇଁ ଆଜି ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱର୍ଗଦ୍ୱାର ଭିତରେ ଥିବା ପୁରୁଣା ଗୃହ ଗୁଡିକ ଭଙ୍ଗା ଯାଉଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବାହିନୀ ମୁତୟନ ହୋଇଛନ୍ତି । ଘୋଷଣା ମୁତାବକ ସ୍ୱର୍ଗଦ୍ୱାର ଉନ୍ନତି ନେଇ ଖର୍ଚ୍ଚ ହେବ ପାଞ୍ଚ କୋଟି ଟଙ୍କା। December 10, 2019
ତାଜା ଖବର ବାଲିଗୁଡ଼ା: ଘରୁ ଡାକି ଆଣି ସୂଚନା ଅଧିକାର କର୍ମୀଙ୍କୁ ଗୁଳି । ପାତ୍ର ସାହିରେ RTI କର୍ମୀ ଅଭିରାମ ପଣ୍ଡାଙ୍କୁ ଗୁଳି କଲେ ୨ ଦୁର୍ବୃତ୍ତ । ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ଦୁର୍ବୃତ୍ତ ଫେରାର, ପୋଲିସର ତନାଘନା । December 10, 2019
ତାଜା ଖବର ଭୁବନେଶ୍ୱର : ଆସନ୍ତାକାଲିଠାରୁ ବିଧାନସଭା ସାମ୍ନାରେ ଥିବା ୪୨ଟି କ୍ୱାର୍ଟର ଭଙ୍ଗା ହେବ । ତିଆରି ହେବ ୧୦ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ । ସେଠାରେ ପାର୍କ, ଜିମ୍, ମଲ୍ଟି ପାର୍କିଙ୍ଗ, ସୁଇମିଂପୁଲ ଓ ମର୍ଣ୍ଣିଂ ଓ୍ୱାକ୍ ଟ୍ରାକ୍ ରହିବ । ୨୪ ବିଧାୟକ ଏ ପର୍ଯ୍ୟନ୍ତ ଘର ଛାଡିଥିବା ବେଳେ ସମସ୍ତେ ଯଥାଶୀଘ୍ର ଘର ଛାଡ଼ିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। December 10, 2019
ତାଜା ଖବର ସୋର: ଭିଜିଲାନ୍ସ ଜାଲରେ ସୋର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅଜୟ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଅଫିସ, ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ । December 10, 2019
ତାଜା ଖବର ଭୁବନେଶ୍ୱର : ରାଜ୍ୟ ମାନବଧିକାର କମିଶନଙ୍କ ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ । ମୁଖ୍ୟ ଅତିଥିଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। SHRC ଜଷ୍ଟିସ ବିପି ଦାଶ ଅଧକ୍ଷତା କରୁଛନ୍ତି । ଏବର୍ଷ ଡିସେମ୍ବର ସୁଧା ୩୦୦୨ଟି ମାମଲା ରୁଜୁ ହୋଇଥିବା ବେଳେ ବର୍ଷକ ମଧ୍ୟରେ ୬୧୪୪ ମାମଲାର ଶୁଣାଣି କରିଛନ୍ତି କମିଶନ । December 10, 2019