ଚାକିରି କରାଇଦେବା ନାଁରେ ଠକେଇ; ଅନ୍ତଃ ଜିଲ୍ଲା ଠକକୁ ଗିରଫ କଲା ଜଗତସିଂହପୁର ପୋଲିସ୍

ଜଗତସିଂହପୁର: ଚାକିରି କରାଇଦେବା ନାଁରେ ଠକେଇ । ଅନ୍ତଃ ଜିଲ୍ଲା ଠକକୁ ଗିରଫ କଲା ପୋଲିସ୍ । ଜଗତସିଂହପୁର କୋର୍ଟ ଓ ଝାରସୁଗୁଡା ମେଡିକାଲ ଆଖପାଖ କମ୍ପାନୀରେ ଚାକିରୀ କରାଇଦେବା ନାଁରେ ଲଗାଇଥିଲା ଚୂନ । ଜଗତସିଂହପୁର, ପୁରୀ, ଝାରସୁଗୁଡା ଅଞ୍ଚଳର ଯୁବକ ଯୁବତୀଙ୍କ ଠାରୁ ଜଣକା ଦୁଇଲକ୍ଷ ଟଙ୍କା ନେଇ ଛୁ ମାରିଥିଲା ।

କେନ୍ଦ୍ରାପଡା ଜିଲ୍ଲା ଆଳି ପାଳିନୀ ଅଞ୍ଚଳର ସଞ୍ଜୀବ କୁମାର ସାମଲ ଗିରଫ କରିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ପୋଲିସ । ଭୁବନେଶ୍ବର ଭରତପୁର ଅଞ୍ଚଳ ମାସକୁ 10 ହଜାର ଟଙ୍କା ଘରଭଡା ଦେଇ ରହୁଥିଲା ସଞ୍ଜୀବ । ଫୋନ ଟ୍ରାକିଂ କରି ତାକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍ । ବ୍ୟାଙ୍କ କତ୍ତୃପକ୍ଷ ଦୀର୍ଘଦିନ ଧରି ଖୋଜି ଆସୁଥିଲେ ମଧ୍ୟ ସଞ୍ଜୀବର ପତ୍ତା ପାଉନଥିଲେ । ସଞ୍ଜୀବକୁ ଗିରଫ କରିବା ସହ ୪ଟି ଗାଡ଼ି ଜବତ କରିଛି ପୋଲିସ୍ ।