ଓଡ଼ିଶାରେ ମାଓ ଦମନକୁ ଗୃହମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପ ଆଖିଦୃଶିଆ ଭାବେ ହ୍ରାସ ପାଇଛି । ଆଜି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରଳାୟର ଦ୍ବାରା ଅନୁଷ୍ଠିତ ସଂସଦୀୟ ପରାମର୍ଶଦାତା କମିଟିରେ ଏହା କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଦେଶରେ ହିଂସାର ସ୍ଥାନ ନାହିଁ । ଏନେଇ କେନ୍ଦ୍ର ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି ।

ତେବେ ବିହାରର ବୁଦ୍ଧ ପାହାଡ, ଚକରବନ୍ଦା, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ପ୍ରାୟତଃ ମାଓ ଉପଦ୍ରବ ନାହିଁ ବୋଲି କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ । ମାଓପ୍ରବଣ ଅଞ୍ଚଳରେ ପୂର୍ବରୁ ସାଧାରଣ ନାଗରିକଙ୍କ ଜୀବନହାନୀ ହେଉଥିବାବେଳେ ୨୦୨୨ରେ ଏହା ୧୦୦କୁ ଖସି ଆସିଛି । ୨୦୧୦ ଅପେକ୍ଷା ୨୦୨୨ରେ ଦେଶରେ ମାଓ ହିଂସାରେ ୭୬ ପ୍ରତିଶତ ହ୍ରାସ ପାଇଛି । ସେହିପରି ଦେଶରେ ଏବେ ମାଓ ଗତିବିଧି ୨୫ଟି ଜିଲ୍ଲାରେ ସୀମିତ ରହିଛି ବୋଲି କହିଛନ୍ତି ଶାହ ।