ଖବରକାଗଜରେ ନିଜ ଖବର ଦେଖି ହସିଲା ଅଭିଯୁକ୍ତ ଗୋପାଳ

ଝାରସୁଗୁଡ଼ା: ଖବରକାଗଜରେ ନିଜ ଫୋଟୋ ଦେଖି ହସୁଛି ନବ କିଶୋର ଦାସ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ । ଆଜି ଝାରସୁଗୁଡା ବିମାନବନ୍ଦରରୁ ଗୁଜରାଟ ଯାଉଥିବା ବେଳେ ବିମାନବନ୍ଦରର ଏକ ଭିଡିଓ ମିଳିଛି । ଭିଡିଓରେ ଗୋପାଳ ପେପର ଦେଖି ହସୁଥିବା ଦେଖିବାକୁ ମିଳୁଛି । ବିମାନବନ୍ଦରର ଲବିରେ ବସିଛି ଗୋପାଳ । ବୋଧହୁଏ ନିଜର ଖବର ପଢ଼ି ଏମିତି ପ୍ରତିକ୍ରିୟାଶୀଳ ହୋଇଛି ଗୋପାଳ । ଯାହା କୁହାଯାଉଥିଲା ଗୋପାଳର ବାଇପୋଲାର ଡିଜଅର୍ଡର ଅଛି । ସେଥିପାଇଁ ମଧ୍ୟ ଏଭଳି ପ୍ରତିକ୍ରିୟାଶୀଳ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ମିଛ ଧରିବା ପାଇଁ ଗୋପାଳର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରାଯିବ। ସେଥିପାଇଁ ଆଜି ଗୋପାଳକୁ କୋଲକାତା ଦେଇ ଗୁଜରାଟ ନିଆଯାଉଛି । କଡ଼ା ସୁରକ୍ଷା ମଧ୍ୟରେ ଅଭିଯୁକ୍ତକୁ ନେଉଛି କ୍ରାଇମବ୍ରାଞ୍ଚ ।