ଯୁଦ୍ଧ ଭିତରେ ବ୍ରିଟେନ ଗସ୍ତରେ ଯାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି

ଲଣ୍ଡନ: ଯୁଦ୍ଧ ଆରମ୍ଭ ପରେ ପ୍ରଥମ ଥର ଲାଗି ବ୍ରିଟେନ ଗସ୍ତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଡ୍ରାଉନିଂ ଷ୍ଟ୍ରିଟରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଛନ୍ତି ଜେଲେନସ୍କି । ଆଜି ସେ ବ୍ରିଟେନ ପାର୍ଲାମେଣ୍ଟକୁ ସମ୍ବୋଧନ କରିଛନ୍ତି । ଏହାସହ କିଙ୍ଗ ଚାର୍ଲସଙ୍କୁ ମଧ୍ୟ ଜେଲେନସ୍କି ଭେଟିବା କାର୍ଯ୍ୟକ୍ରମ ରହିଛି । ଯୁଦ୍ଧରେ ଋଷକୁ କଡ଼ା ଜବାବ ଦେବାକୁ ୟୁକ୍ରେନକୁ ଅତ୍ୟାଧୁନିକ ଟ୍ୟାଙ୍କ ପଠାଇବାକୁ ବ୍ରିଟେନ ଘୋଷଣା କରିଛି । ୟୁକ୍ରେନ ପାଇଲଟଙ୍କୁ ଫାଇଟର ଜେଟ ଉଡାଇବା ଟ୍ରେନିଂ ଦେବ ବ୍ରିଟେନ । ୟୁକ୍ରେନ ଉପରେ ଋଷର ଆଟାକକୁ ନେଇ ନିକଟରେ ଆହୁରି କଟକଣା ଲଗାଇଛି ବ୍ରିଟେନ । ମିଲିଟାରୀ ଯନ୍ତ୍ରାଂଶ, ଡ୍ରୋନ ଓ ହେଲିକପ୍ଟର ନିର୍ମାଣକାରୀ କମ୍ପାନୀ ଏବଂ ଆଇଟି କମ୍ପାନୀଗୁଡ଼ିକ ଉପରେ ବ୍ରିଟେନ କଡ଼ା କଟକଣା ଲାଗୁ କରିଛି ।