ଯାଜପୁର: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅଶୋକ ଦାସ ଫାଉଣ୍ଡେସନ୍ ଓ ଶିକ୍ଷା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ଗାନ୍ଧିନୀତି ଓ ପ୍ରତିଯୋଗିତାର ପ୍ରଥମ ଦିବସରେ ୭୩ଟି ବିଦ୍ୟାଳୟର ୩୧୨୪ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବିଶେଷ ଉଦ୍ୟମ କ୍ରମେ ଆରମ୍ଭ ହୋଇଥିବା ଗାନ୍ଧି ନୀତି ପ୍ରତିଯୋଗିତା ଚଳିତ ମାସ ୨୨ ତାରିଖ ଯାଏଁ ଜାରି ରହିବ । ଯାଜପୁର ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର, ଚଇନପୁର. ଜହଳ. ମାଳଆନ୍ଦପୁର, ସାନତ୍ରିଲୋଚନପୁର ଶିକ୍ଷା କ୍ଲଷ୍ଟର ଅନ୍ତର୍ଗତ ୭୩ଟି ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।
ତୃତୀୟରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ୨ଟି ବର୍ଗରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସ୍ୱଚ୍ଛତା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଅହିଂସା ବିଷୟବସ୍ତୁକୁ ଆଧାର କରି ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଜାତି ବିହୀନ ସମାଜ ଗଠନ ପ୍ରସଙ୍ଗକୁ ବକ୍ତୃତା ପ୍ରତିଯୋଗିତାରେ ରଖାଯାଇଛି ।
ଚଳିତ ମାସ ୧୦ ତାରିଖରେ ମଇଦପୁର, ସୁଜନପୁର, ଏରବାଙ୍କ, ସ୍ୱପ୍ନେଶ୍ୱରପୁର, ପ୍ରଭାକରପୁର, ନୀଳକଣ୍ଠପୁର, କ୍ଲଷ୍ଟରରେ ଗାନ୍ଧିନୀତି ପ୍ରତିଯୋଗିତା ଅନୁଷ୍ଠିତ ହେବ । ୧୧ ତାରିଖରେ ବିନ୍ଧାଣ, ଜାଲପୁର, ବାଣପୁର ଓ କପାସି କ୍ଲଷ୍ଟରରେ ପ୍ରତିଯୋଗିତା ହେବ । ୧୨ରେ ଯାଜପୁର ପୌରପରିଷଦରେ ଗାନ୍ଧି ନୀତି ପ୍ରତିଯୋଗିତା ଆୟୋଜିତ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ଦଶରଥପୁର ବ୍ଲକର ୨୦ଟି ପଞ୍ଚାୟତରେ ଗାନ୍ଧି ନୀତି ପ୍ରତିଯୋଗିତା ଆୟୋଜିତ ହୋଇ ଚୂଡ଼ାନ୍ତ ପର୍ଯ୍ୟାୟ ଚଳିତ ମାସ ୨୨ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବ ।



ସେଥିପାଇଁ ଦିଲ୍ଲୀରେ ଓଡ଼ିଶା କଲଚରାଲ ସେଣ୍ଟର ଏବଂ ଲାଇବ୍ରେରୀ ନିର୍ମାଣର ଆବଶ୍ୟକତା ଥିବା ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି । ପ୍ରାଥମିକତା ଭିତ୍ତିରେ ଦିଲ୍ଲୀରେ ଜାଗା ଯୋଗାଇଦେବାକୁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଅନୁରୋଧ କରିଛନ୍ତି ।


ସର୍ବୋପରି କେନ୍ଦ୍ର ସରକାର ଯେଉଁ ବିଲ୍ ଆଣିଛନ୍ତି ତାହାର ରାଜନୀତିକରଣ ନକରାଯାଉ । ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ସର୍ମଥନ କରିବା ଏବଂ ଯଦି ମନରେ କୌଣସି ଆଶଙ୍କା ଅଛି, ତାହାକୁ ଦୂର କରି ରାଜନୀତିକରଣରୁ ନିବୃତ ରହିବା ଆବଶ୍ୟକ । ଦଳର ଉପରୋକ୍ତ ପରାମର୍ଶ ପ୍ରତି କେନ୍ଦ୍ର ସରକାର ଧ୍ୟାନ ଦେବା ସହିତ ତାହାକୁ କାର୍ଯ୍ୟକାରୀ କରିବେ ବୋଲି ବିଜେଡି ଆଶା ରଖିଛି । ମୁସଲମାନ ଭାଇଭଉଣୀ ମାନଙ୍କର ସବୁ ସନ୍ଦେହ ଦୂର କରିବା ପାଇଁ ଯେ, ସରକାରଙ୍କର ସେମାନଙ୍କ ବିରୋଧରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ଏବଂ ଯାହା କିଛି କରାଯାଉଛି ତାହା ଆମ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିୟ ସମ୍ପ୍ରଦାୟର ଭାଇଭଉଣୀମାନଙ୍କ ପାଇଁ ବୋଲି ଡକ୍ଟର ପାତ୍ର ସ୍ପଷ୍ଟ କରିଛନ୍ତି ।





ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନସିଆରବି)ର ୨୦୧୭ ତଥ୍ୟ ଅନୁଯାୟୀ, ଦେଶରେ ସର୍ବାଧିକ ମହିଳା ହିଂସା ଉତ୍ତରପ୍ରଦେଶରେ ହେଉଛି । ଦେଶରେ ମୋଟ ୩ ଲକ୍ଷ ୫୯ ହଜାର ମହିଳା ହିଂସା ମଧ୍ୟରୁ ଉତ୍ତରପ୍ରଦେଶରେ କେବଳ ୫୬ ହଜାର ୧୧ଟି ମାମଲା ହୋଇଛି ।



