spot_img
Home Blog Page 7709

ନାଗରିକତା ସଂଶୋଧନ ବିଲକୁ ଆସାମରେ ଜୋରଦାର ବିରୋଧ

ଗୁଆହାଟି: ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ପାରିତକୁ ନେଇ ଦେଶର ପୂର୍ବୋତ୍ତର ରାଜ୍ୟରେ ହଙ୍ଗାମା, ହିଂସା ପ୍ରଦର୍ଶନ । ନର୍ଥ ଇଷ୍ଟ ଷ୍ଟୁଡେଣ୍ଟ୍ସ ଅର୍ଗାନାଇଜେସନ୍ ଓ ଅଲ୍ ଆସାମ ଷ୍ଟୁଡେଣ୍ଟ ୟୁନିଅନ ପକ୍ଷରୁ ଆଜି ୧୨ ଘଣ୍ଟିଆ ଗୁଆହାଟି ବନ୍ଦ ପାଳନ କରାଯାଉଛି । ଅନେକ ସ୍ଥାନରେ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ କିଛି ସ୍ଥାନରେ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଲୋକସଭାରେ ପାସ୍ ହେଲା ନାଗରିକତା ସଂଶୋଧନ ବିଲ୍, ରାଜ୍ୟସଭାରେ ହେବ ଆଗତ

ଗୁଆହାଟିରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । କଂଗ୍ରେସ ସହ ଅନ୍ୟ କେତକ ରାଜନୈତିକ ଦଳ ମୁସଲିମ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ ଦାବିରେ ବିରୋଧ କରୁଛନ୍ତି । ଏହି ବିଲ୍ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମାନ୍ତର ଦ୍ୱାରା ଆକ୍ରୋଶର ଶିକାର ହୋଇଥିବା ଅଣମୁସଲିମ, ଅଳ୍ପସଂଖ୍ୟକ ହିନ୍ଦୁ, ଜୈନ, ଶିଖ୍, ବୌଦ୍ଧ, ପାର୍ସୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବ । ଏମାନେ ଭାରତରେ ୬ ବର୍ଷ ଯାଏଁ ବସବାସ ରହିଥିଲେ ନାଗରିକତ୍ୱ ଦିଆଯିବ । ପୂର୍ବରୁ ଏହା ୧୧ ବର୍ଷ ଅଛି ।

ବିଲରେ ଏହାର ସମୟ ସୀମା ୨୦୧୪ ଡିସେମ୍ବର ୩୧ ଯାଏଁ ରଖାଯାଇଛି । ଅର୍ଥାତ୍ ୨୦୧୫ ପୂର୍ବରୁ ଭାରତରେ ଶରଣାର୍ଥୀ ଭାବେ ରହୁଥିବା ୩ ଦେଶର ଅଳ୍ପସଂଖ୍ୟକ ଭାରତରେ ୬ ବର୍ଷ ରହିଥିଲେ ନାଗରିକତା ପାଇବେ ।

https://nandighoshatv.comcitizen-amendment-bill-passed-in-lok-sabha-late-night/

ଘରକୁ ଫେରୁଥିଲେ ଅଧା ବାଟରେ ଦଳିଦେଲା ହାତୀ

0

ମୟୂରଭଞ୍ଜ: ଥମିବାର ନା ଧରୁନି ହାତୀ ଆତଙ୍କ । କେତେବେଳେ ହାତୀ ଘର ଭାଙ୍ଗୁଛି ତ ଆଉ କେବେ ହାତୀ ମଣିଷକୁ ଆକ୍ରମଣ କରୁଛି । ଯାହାକୁ ନେଇ ଅଧିକ ସମୟରେ ଲୋକେ ଭୟରେ ଦିନ କାଟୁଛନ୍ତି । ଚାଞ୍ଚବଣି ଗାଁର ଜଣେ ମହିଳାକୁ ହାତୀ ଦଳି ମାରି ଦେଇଥିବା ଅଭିଯୋଗ ହୋଇଛି । ମହିଳା ଜଣକ ହେଉଛନ୍ତି ଲୀଳାବତୀ ନାୟକ ।

ସୂଚନା ଅନୁଯାୟୀ, ଲୀଳାବତୀ ଏବଂ ତାଙ୍କ ବାପା ସନ୍ଧ୍ୟାରେ କୁରୁଳିଆ ଗାଁରୁ ନିଜ ଘରକୁ ଫେରୁଥିଲେ । ସେହି ସମୟରେ କୁରୁଳିଆ ଜଙ୍ଗଲରେ ହାତୀ ହାବୁଡ଼ରେ ପଡିଯାଇଥିଲେ ଲୀଳାବତୀ । ହାତୀ ତାଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା । ଯାହାଫଳରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା ।

ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ନେଇଥିଲେ ପରିବାର ଲୋକେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ହାତୀ ପଲ ଦିନ ସମୟରୁ ଜଙ୍ଗଲରୁ ବାହାରି ଧାନ ଫସଲ ଆଡ଼କୁ ମାଡି ଆସୁଥିବାରୁ ବ୍ୟାପକ ଫସଲ କ୍ଷୟକ୍ଷତି ହେଉଛି । ଗତ ୧୦ ଦିନ ମଧରେ ଦୁଇ ଜଣକୁ ହାତୀ ଆକ୍ରମଣ  କରିଥିଲେ ବି ବନବିଭାଗ ଏଥିହ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ବାଲିଗୁଡ଼ାରେ ଚାଞ୍ଚଲ୍ୟ, ଘରୁ ଡାକି ଆଣି ସୂଚନା ଅଧିକାର କର୍ମୀଙ୍କୁ ଗୁଳି

0

ବାଲିଗୁଡ଼ା: ଚକ୍ରବ୍ୟୁହରେ ଫସିଗଲେ ଅଭିମନ୍ୟୁ । ସୂଚନା ଅଧିକାର କର୍ମୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ବାଲିଗୁଡ଼ା ଥାନା ପାତ୍ରସାହିରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସକାଳ ପ୍ରାୟ ୭ଟା ୩୦ରେ ଘରୁ ଡାକି ଆଣି ୨ ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି ।

ଅଭିମନ୍ୟୁଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋକା ଜବତ କରିବା ସହ ଘଟଣାର ଛାନଭିନ୍ କରୁଛି । ତେବେ, କେଉଁ କାରଣରୁ କିଏ ଅଭିମନ୍ୟୁଙ୍କୁ ଗୁଳି କଲା ତାହା ଜଣାପଡ଼ିନାହିଁ ।ତେବେ, ଅଭିମନ୍ୟୁ ଜଣେ ସୂଚନା ଅଧିକାର କର୍ମୀ ହୋଇଥିବା ବେଳେ, କୌଣସି ଏକ ବଡ଼ ଘୋଟାଲାର ପର୍ଦ୍ଦାଫାସ କରିବାକୁ ଚାହୁଁଥିବାରୁ ଗୁଳି କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ପୋଲିସ କୌଣସି ସୂଚନା ଦେଇନାହିଁ । ସ୍ଥାନୀୟ ଅଞ୍ଚଳରେ ଏହି ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଶର୍ମା କପୁଲଙ୍କ ଆନିଭର୍ସରୀ ଗିଫ୍ଟ, ପଢନ୍ତୁ କଣ…

ମୁମ୍ବାଇ: ବାପା ହେଲେ ସୁପର ଡୁପର କମେଡିଆନ କପିଲ ଶର୍ମା । ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ । କପିଲ ଏକ ଶିଶୁ କନ୍ୟାର ବାପା ହୋଇଛନ୍ତି । ଯାହା ପାଇଁ ସେ ବହୁତ ଖୁସି ବୋଲି ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି । ସେ ଟ୍ୱିଟ୍ ମାଧ୍ୟମରେ ଜୟ ମାତା ଦି ମଧ୍ୟ ଲେଖିଛନ୍ତି । କନ୍ୟା ସନ୍ତାନର ପ୍ରାପ୍ତି ହେବା ପରେ କପିଲ ଏବଂ ଗିନି ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି ମଧ୍ୟ ଜଣାଇଛନ୍ତି ।

କନ୍ୟା ସନ୍ତାନ ପ୍ରାପ୍ତି ହେବା ପରେ କପିଲ ସଙ୍ଗେ ସଙ୍ଗେ ସକାଳ ୩ଟା ୨୩ ମିନିଟରେ ଟ୍ୱିଟ୍ ମାଧ୍ୟମରେ ତାଙ୍କ ଖୁସି ଜାହିର କରିଥିଲେ । କପିଲଙ୍କ କନ୍ୟା ସନ୍ତାନ ହେବା ପରେ ପରେ ଫ୍ୟାନ୍‌ଙ୍କ ଠାରୁ ଆରମ୍ଭ କରି ପଲିଟିସିଆନ ଏବଂ ଫିଲ୍ମ ଦୁନିଆରୁ ଶୁଭେଚ୍ଛା ଆସିବାରେ ଲାଗିଛି । କିଛି ଘଣ୍ଟା ମଧ୍ୟରେ ୨୦ ହଜାରରୁ ଅଧିକ ଲାଇକ ଏବଂ ୪ ହଜାରରୁ ଅଧିକ କମେଣ୍ଟ ଆସିଛି ।

ଏହାରି ଭିତରେ କପିଲ ଏବଂ ଗିନିଙ୍କୁ ତାଙ୍କର ଆନିଭର୍ସରୀ ଗିଫ୍ଟ ମିଳି ସାରିଛି । କାରଣ ଗତ ବର୍ଷ କପିଲ ୨୦୧୮ ଡିସେମ୍ବର ୧୨ ତାରିଖରେ ଜଳନ୍ଧର ଠାରେ ଗିନିଙ୍କୁ ବିବାହ କରିଥିଲେ । ଯାହା ଆଉ ମାତ୍ର ୨ ଦିନ ଅଛି ତାଙ୍କ ଫାଷ୍ଟ ଆନିଭର୍ସରୀ ପାଇଁ । କିନ୍ତୁ ଏହା ସେ ତାଙ୍କ ଟ୍ୱିଟ୍ ମାଧ୍ୟମରେ ପ୍ରକାଶ କରିନାହାନ୍ତି ।  ପୂର୍ବରୁ କପିଲ ଏବଂ ଗିନି ତାଙ୍କର କଲେଜ ସମୟରୁ ଦେଖା ହୋଇଥିଲେ ।

କପିଲ ଏବଂ ଗିନି ଅଧିକ ସମୟ ଏକୁଟିଆରେ କାଟି ନାହାନ୍ତି କାରଣ ତାଙ୍କର ପରିବାର ବହୁତ ପରମ୍ପରାଗତ ଥିଲେ । କିପିଲ କୁହନ୍ତି ଗିନି ତାଙ୍କ ସହ ବହୁତ ଅସୁବିଧା ସମୟରେ ରହିଛନ୍ତି ଯାହା ପାଇଁ ସେ ବହୁତ ନିଜକୁ ଲକି ମାନୁଛନ୍ତି ।

ଲୋକସଭାରେ ପାସ୍ ହେଲା ନାଗରିକତା ସଂଶୋଧନ ବିଲ୍, ରାଜ୍ୟସଭାରେ ହେବ ଆଗତ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ପାରିତ ହୋଇଛି । ଆଗତ ବିଲ୍ ଉପରେ ପ୍ରାୟ ୧୨ ଘଣ୍ଟା ଆଲୋଚନା ପରେ ମଧ୍ୟରାତ୍ରିରେ ଅନୁମୋଦନ ମିଳିଛି । ବିଲ୍ ସପକ୍ଷରେ ୩୧୧ ସଦସ୍ୟଙ୍କ ସମର୍ଥନ ଥିବାବେଳେ ୮୦ ଜଣ ସଦସ୍ୟ ବିରୋଧ କରିଥିଲେ । ପରେ ବିଲକୁ  ରାଜ୍ୟସଭାରେ ଆଗତ କରାଯିବ । ତେବେ, ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ବିଲ୍ ପାସ୍ କରାଇବା ଦିଗରେ ଆଞ୍ଚଳିକ ଦଳଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ।

https://nandighoshatv.combjd-stands-with-citizen-amendment-bill/

Courtesy- LSTV

ତେବେ, ବିଲକୁ ନେଇ ବିରୋଧୀ ଉଠାଇଥିବା ସମସ୍ତ ପ୍ରଶ୍ନକୁ ଟାଳି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଧର୍ମ ଆଧାରରେ କାହା ସହ ଭେଦଭାବ କରାଯାଇନାହିଁ । ଭାରତରେ ରହୁଥିବା ନାଗରିକ ଏହି ବିଲ୍ ଦ୍ୱାରା ପ୍ରଭାବିତ ହେବେନାହିଁ । କିନ୍ତୁ, ଏହା ଅନୁପ୍ରବେଶ ବିରୋଧୀ । ବିଲ୍ ଅନ୍ୟ କାହାରି ବିରୋଧରେ ଭେଦଭାବ କରୁଥିବା ପ୍ରମାଣିତ ହେଲେ ପ୍ରତ୍ୟାହାର କରାଯିବ ବୋଲି ଶାହ କହିଛନ୍ତି ।

Courtesy- LSTV

ବିଲକୁ କୌଣସି ମତେ ରାଜ୍ୟସଭାରେ ଆଗତ କରି ଅନୁମୋଦନ କରିବାକୁ ବିଜେପି ଅଣ୍ଟା ଭିଡ଼ିଛି । ୧୦ ଓ ୧୧ ତାରିଖ ୨ଦିନ ଦଳର ସମସ୍ତ ସାଂସଦ ରାଜ୍ୟସଭାରେ ଉପସ୍ଥିତ ରହିବାକୁ ବିଜେପି ହ୍ୱିପ୍ ଜାରି କରିଛି । ରାଜ୍ୟସଭାରେ ବିଲ୍ ପାସ୍ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ ଏହା ଆଇନରେ ପରିଣତ ହେବ ।

ବିଲ୍ ଲୋକସଭାରେ ପାସ୍ ହେବା ପରେ ଟ୍ୱିଟ୍ କରି ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଲକୁ ନେଇ ସାଂସଦଙ୍କ ରହିଥିବା ଶଂସୟକୁ ଶାହ ଦୂର କରିପାରିଥିବା ମୋଦି କହିଛନ୍ତି ।

https://nandighoshatv.comnational-citizenship-amendment-bill-introduced-in-lok-sabha/