ପେଟ୍ରୋଲ ଦର ବାଟବଣା, ଆରମ୍ଭ ହେଲା ରାଜନୀତି

ନୂଆଦିଲ୍ଲୀ: ଦେଶରେ ଦରଦାମ ବୃଦ୍ଧିକୁ ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ପିଆଜ ଦରବୃଦ୍ଧିକୁ ନେଇ ହୋହାଲ୍ଲା ଚାଲିଥିବା ବେଳେ ଏବେ ପେଟ୍ରୋଲ ଦରବୃଦ୍ଧି ସାଧାରଣ ଜନତାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ।

ରାଜଧାନୀ ଦିଲ୍ଲୀରେ ଏକ ବର୍ଷ ପରେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ହୋଇଛି । ଏବଂ ଡିଜେଲର ଦାମ ଲିଟର ପିଛା ୬୬.୦୪ ଟଙ୍କା ହୋଇଯାଇଛି । ପ୍ରଥମେ ପିଆଜ ଓ ପରେ ପେଟ୍ରୋଲ ଓ ଡିଜେଲର ଦାମରେ ଏଭଳି ବୃଦ୍ଧିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଦରବୃଦ୍ଧି ପାଇଁ ଜନତା ବହୁ ଅସୁବିଧାୟ ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ଜାଗାରେ ପିଆଜ କିଲୋ ପ୍ରତି ୨୦୦ ଟଙ୍କାରେ ପହଞ୍ଚି ଯାଇଥିବାବେଳେ ପୋଟ୍ରୋଲ ଦର ବୃଦ୍ଧି ହୋଇ ୭୫ ଟଙ୍କାରେ ପହଞ୍ଚିଛି । ମୋଦି ସରକାର ନିଦ୍ରା ଅବସ୍ଥାରେ ଥିବା ଜଣାପଡ଼ୁଛି ।’

ଜଣାଇ ରଖିଛୁ ଯେ, ଗତ ବର୍ଷ ୨୪ ନଭେମ୍ବରରେ ପେଟ୍ରୋଲର ଦାମ ଲିଟର ପିଛା ୭୫.୨୫ ଟଙ୍କା ଥିଲା । ତା’ ପରେ ଆଜି ପେଟ୍ରୋଲ ଦର ୭୫ରେ ପହଞ୍ଚିଛି । ପେଟ୍ରୋଲର ଦାମରେ ସୋମବାର ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପାଞ୍ଚ ପଇସା ପ୍ରତି ଲିଟର ବୃଦ୍ଧି ପାଇଛି ଏବଂ ଡିଜେଲର ଦାମ ଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇରେ ୧୦ ପଇସା ଏବଂ ଚେନ୍ନାଇରେ ୧୧ ପଇସା ବୃଦ୍ଧି ପାଇଛି ।

ଇଣ୍ଡିଆନ ଅଏଲ ୱେବସାଇଟ ଅନୁସାରେ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରେଲର ଦାମ ବଢ଼ି ୭୫ ଟଙ୍କା, ୭୭.୬୭ ଟଙ୍କା, ୭୭.୯୭ ଟଙ୍କା ପ୍ରତି ଲିଟର ହୋଇଯାଇଛି । ଚାରୋଟି ମହାନଗରରେ ଡିଜେଲର ଦାମ ୬୬.୦୪ ଟଙ୍କା, ୬୮.୪୫ ଟଙ୍କା, ୬୯.୨୭ ଟଙ୍କା, ୬୯.୮୧ ଟଙ୍କା ଲିଟର ପ୍ରତି ହୋଇଯାଇଛି ।

Leave a Reply