ଓଡ଼ିଶା କଲଚରାଲ ସେଣ୍ଟର ଏବଂ ଲାଇବ୍ରେରୀ ନିର୍ମାଣ ପାଇଁ ଜମି ଦେବାକୁ ଚିଠି

ଭୁବନେଶ୍ୱର: ଦିଲ୍ଲୀରେ ଓଡ଼ିଶା କଲଚରାଲ ସେଣ୍ଟର ଏବଂ ଲାଇବ୍ରେରୀ ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ଚିଠି । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକକଳା, ସଂସ୍କୃତି, ହସ୍ତତନ୍ତ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ସ୍ୱତନ୍ତ୍ର ସ୍ଥାନ ରହିଛି । ମାତ୍ର ଦିଲ୍ଲୀରେ ଏସବୁର ପ୍ରଚାର ପ୍ରସାର ପାଇଁ କିଛି ସ୍ଥାୟୀ ମାଧ୍ୟମ ନାହିଁ ।

ସେଥିପାଇଁ ଦିଲ୍ଲୀରେ ଓଡ଼ିଶା କଲଚରାଲ ସେଣ୍ଟର ଏବଂ ଲାଇବ୍ରେରୀ ନିର୍ମାଣର ଆବଶ୍ୟକତା ଥିବା ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି । ପ୍ରାଥମିକତା ଭିତ୍ତିରେ ଦିଲ୍ଲୀରେ ଜାଗା  ଯୋଗାଇଦେବାକୁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଅନୁରୋଧ କରିଛନ୍ତି ।

Leave a Reply