ଭଦ୍ରକ: ଧାମନଗର ଥାନା ଦୋବଲ ଇଣ୍ଡିକେସ୍ ଏଟିଏମରୁ ଲୁଟ୍ । ଏଟିଏମ ସଫ୍ଟୱେର ହ୍ୟାକ୍ କରି ୩ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଧାମ ନଗର ଥାନରେ ଏତଲା ।
ରାୟଗଡ଼ା: NH-୩୨୬ କଡ଼ରୁ ନରକଙ୍କାଳ ଉଦ୍ଧାର । CRPF ପୋଷାକ ସହ ଜୋତା ଓ ଆଧାର କାର୍ଡ ଜବତ । ନରକଙ୍କାଳ CRPF ଯବାନ ଧରମ ଦେବଙ୍କର ସନ୍ଦେହ । ଗତ ଡିସେମ୍ବର ୨୯ରୁ ନିଖୋଜ ଥିଲେ ଧରମ ଦେବ । ରାୟଗଡ଼ା ପୋଲିସର ତଦନ୍ତ ।
ରାୟଗଡ଼ା: NH-୩୨୬ କଡ଼ରୁ ନରକଙ୍କାଳ ଉଦ୍ଧାର । CRPF ପୋଷାକ ସହ ଜୋତା ଓ ଆଧାର କାର୍ଡ ଜବତ । ନରକଙ୍କାଳ CRPF ଯବାନ ଧରମ ଦେବଙ୍କର ସନ୍ଦେହ । ଗତ ଡିସେମ୍ବର ୨୯ରୁ ନିଖୋଜ ଥିଲେ ଧରମ ଦେବ । ରାୟଗଡ଼ା ପୋଲିସର ତଦନ୍ତ ।
NH କଡ଼ରୁ ମିଳିଲା ନିଖୋଜ ଯବାନଙ୍କ ନରକଙ୍କାଳ ! ଦୁର୍ବୃତ୍ତ ପୋଡ଼ି ମାରି ଦେଇଥିବା ସନ୍ଦେହ
ରାୟଗଡ଼ା: ନିଖୋଜ ଯବାନଙ୍କ ନରକଙ୍କାଳ ଉଦ୍ଧାର । ଜାତୀୟ ରାଜପଥ ୩୨୬ କଡ଼ରୁ ରାୟଗଡ଼ା ପୋଲିସ ଏକ ନରକଙ୍କାଳ ଉଦ୍ଧାର କରିଛି । ଘଟଣାସ୍ଥଳରୁ ଜବତ ହୋଇଛି ଯବାନଙ୍କ ପୋଷାକ, ବ୍ୟାଗ ଓ ଜୋତା । ଆଧାର କାର୍ଡ ସହ ଯବାନଙ୍କ ପରିଚୟ ପତ୍ର ମିଳିଛି । ତେବେ, ପ୍ରକୃତରେ ଏହି ନରକଙ୍କାଳ କାହାର ସ୍ପଷ୍ଟ ହୋଇନାହିଁ ।
ମିଳିଥିବା ପରିଚୟ ପତ୍ରରେ ତାଙ୍କ ନାଁ ଧରମ ଦେବ ବୋଲି ଜଣାପଡ଼ିଛି । ଆଉ ସେ ଗତ ଡିସେମ୍ବର ୨୯ ତାରିଖରୁ ନିଖୋଜ ଥିଲେ । ତେଣୁ, ନରକଙ୍କାଳ ଧରମ ଦେବଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ସାଇଣ୍ଟିଫିକ୍ ଟିମର ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ।
ରାୟଗଡ଼ା ଚତୁର୍ଥ ସିଆରପିଏଫ କମାଣ୍ଡାଣ୍ଟର ଏସପି ଶ୍ରୀ ଠାକୁର ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏହାର ଯାଞ୍ଚ କରାଯିବ ବୋଲି କହିଛନ୍ତି । ଏସଡିପିଓଙ୍କ ନେତୃତ୍ୱରେ ରାୟଗଡ଼ା ପୋଲିସ ଘଟଣାର ଛାନଭିନ୍ କରୁଛି ।
ପ୍ରଭାବଶାଳୀ ଲୋକଙ୍କୁ ୮ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରିଛି ବିଜେପି: ପ୍ରିୟଙ୍କା ଗାନ୍ଧି
ନୂଆଦିଲ୍ଲୀ: ଟ୍ୱିଟରରେ ବିଜେପି ସରକାର ଉପରେ ଶାଣିତ ଆକ୍ରମଣ । ରବିବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି ମୋଦି ତାଙ୍କ ପୁଞ୍ଜିପତି ପ୍ରଭାବଶାଳୀ ବନ୍ଧୁମାନଙ୍କୁ କୋଟି କୋଟି ଟଙ୍କା ଋଣ ଛାଡ଼ କରିଛନ୍ତି ।
ପ୍ରିୟଙ୍କା ଅଭିଯୋଗ କରିଛନ୍ତି, ବିଜେପି ସରକାର ପ୍ରାୟ ୮ ଲକ୍ଷ କୋଟି ଟଙ୍କା ମୋଦିଙ୍କ ବିଶ୍ୱସ୍ତ ବନ୍ଧୁମାନଙ୍କୁ ଋଣ ଛାଡ଼ କରିଛନ୍ତି । ଏଥିସହ କଳାଧନ ନେଇ ବିଜେପି ଉପରେ ବର୍ଷିଛନ୍ତି ପ୍ରିୟଙ୍କା । ସ୍ୱିସ୍ ବ୍ୟାଙ୍କରେ କଳା ଟଙ୍କା ରଖିଥିବା ଲୋକଙ୍କ ନାଁ ପ୍ରକାଶ କରିବେ ସରକାର କହିଥିଲେ । କାହିଁକି ସେମାନଙ୍କ ନାଁକୁ ଲୁଚାଇ ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।
ଦେଶରେ କୃଷକ ଋଣଭାର ସହି ନପାରି ଜୀବନ ହାରୁଥିବା ବେଳେ ବିଜେପି ସରକାର ପୁଞ୍ଜିପତିଙ୍କୁ ଋଣ ଛାଡ଼ କରୁଛି । ଏଭଳି ପ୍ରଶ୍ନ କରି ବିଜେପିକୁ ପ୍ରିୟଙ୍କା ହରଡ଼ଘଣାକୁ ଟାଣିବାକୁ ଚେଷ୍ଟା କରିଛନ୍ତି ।
https://nandighoshatv.com/–/
ପିଲା ଖେଳ ହେଲା ମୃତ୍ୟୁର ଖେଳ, ପାଳ ଗଦାରେ ନିଆଁ ଲାଗି ଚାଲିଗଲା ତିନି ଶିଶୁଙ୍କ ଜୀବନ
ଗଞ୍ଜାମ: ପାଳଘରେ ଖେଳୁଥିବା ବେଲେ ଆସିଲା ମୃତ୍ୟୁ । ଚାହୁଁ ଚାହୁଁ ଛଡ଼େଇ ନେଲା ମାଆର ତିନୋଟି ସନ୍ତାନ । ପାଳଗଦାରେ ନିଆଁ ଲାଗି ୪ ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ପୋଲସରା ଖଇରଛଦା ଗାଁରେ ଏହି ଅଘଟଣ ଘଟିଛି । ସମସ୍ତଙ୍କ ଶରୀର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଛି । ବ୍ରହ୍ମପୁର MKCG ମେଡିକାଲରେ ଗୁରୁତରଙ୍କ ଚିକିତ୍ସା ଚାଲିଛି । ତେବେ ନିଆଁ କେମିତି ଲାଗିଲା ତାର କାରଣ ସ୍ପଷ୍ଟ ହୋଇପାରିନି ।

ସୂଚନା ଅନୁଯାୟୀ, ସକାଳୁ ୪ ଜଣ ଶିଶୁ ଖେଳିବା ପାଇଁ ପାଳଗଦା ପାଖକୁ ଯାଇଥିଲେ । ହଠାତ କୌଣସି କାରଣରୁ ପାଳଗଦାରେ ନିଆଁ ଲାଗିଯାଇଥିଲା । ଶିଶୁ ମାନେ ହଠାତ ନିଆଁ ଲାଗିଯାଇଥିବାରୁ ଆସିପାରିନଥିଲେ । ଯାହାଫଳରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା ।

ଶିଶୁ ମାନଙ୍କର ଚିତ୍କାର ଶୁଣି ପରିବାର ଲୋକ ଆସି ନିଆଁକୁ ଲିଭାଇଥିଲେ । ସମସ୍ତଙ୍କର ଦେହ ୮୦ ପ୍ରତିଶତ ପୋଡ଼ିଯାଇଛି । ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ପାଳ ଗଦାରେ ନିଆଁ କେମିତି ଲାଗିଲା ତାର କାରଣ ସ୍ପଷ୍ଟ ହୋଇପାରିନି ।
ଖେଳ ହେଲା କାଳ, ପାଳ ଗଦାରେ ଖେଳୁଥିବା ବେଳେ ୪ ଶିଶୁଙ୍କ ଦେହରେ ଲାଗିଗଲା ନିଆଁ
ବ୍ରହ୍ମପୁର: ଖେଳୁଥିବା ବେଳେ ବଡ଼ ଅଘଟଣ । ପାଳଗଦାରେ ନିଆଁ ଲାଗି ୪ ଶିଶୁ ଗୁରୁତର । ଗଞ୍ଜାମ ଜିଲ୍ଲା ପୋଲସରା ଖଇରପଦା ଗାଁରେ ଏହି ଅଘଟଣ ଘଟିଛି । ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଛି ସମସ୍ତଙ୍କ ଶରୀର । ଆହତଙ୍କ ମଧ୍ୟରେ ୩ ଜଣ ପୁଅ ଓ ଜଣେ ଶିଶୁକନ୍ୟା ରହିଛନ୍ତି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ସକାଳୁ ୪ ଜଣ ଶିଶୁ ଖେଳିବା ପାଇଁ ପାଳଗଦା ପାଖକୁ ଯାଇଥିଲେ । ହଠାତ କୌଣସି କାରଣରୁ ପାଳଗଦାରେ ନିଆଁ ଲାଗିଯାଇଥିଲା । ଶିଶୁ ମାନେ ହଠାତ ନିଆଁ ଲାଗିଯାଇଥିବାରୁ ଆସିପାରିନଥିଲେ ।

ଯାହାଫଳରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଶିଶୁ ମାନଙ୍କର ଚିତ୍କାର ଶୁଣି ପରିବାର ଲୋକ ଆସି ନିଆଁକୁ ଲିଭାଇଥିଲେ । ସମସ୍ତଙ୍କର ଦେହ ୮୦ ପ୍ରତିଶତ ପୋଡ଼ିଯାଇଛି । ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ପାଳ ଗଦାରେ ନିଆଁ କେମିତି ଲାଗିଲା ତାର କାରଣ ସ୍ପଷ୍ଟ ହୋଇପାରିନି ।

ବିଜେଡିର ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ, ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବିଜେଡି ରାଜ୍ୟ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ଦଳର ମୁଖ୍ୟ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ନବୀନ । ଅଷ୍ଟମ ଥର ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ ।

ନାମାଙ୍କନ ପାଇଁ ୧୦ ପ୍ରସ୍ତାବକ ଓ ସମର୍ଥକ ଅଛନ୍ତି । ଆସନ୍ତାକାଲି ଯାଞ୍ଚ ହେବ ନାମାଙ୍କନର ଯାଞ୍ଚ, ୨୫ରେ ହୋଇପାରିବ ପ୍ରତ୍ୟାହାର । ୨୬ରେ ଆନୁଷ୍ଠାନିକ ଭାବରେ ଘୋଷଣା ହେବ ବିଜେଡି ରାଜ୍ୟ ସଭାପତିଙ୍କ ନାଁ । ପୂର୍ବରୁ ଏକମାତ୍ର ପ୍ରାର୍ଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନର୍ଦ୍ୱନ୍ଦ୍ୱରେ ବିଜେଡି ସଭାପତି ହୋଇ ଆସୁଛନ୍ତି ।

ଚଳିତ ଥର ମଧ୍ୟ ସମାନ କଥା ହୋଇପାରେ । ଦଳର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ପ୍ରଥମ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି ନବୀନ । ପୂର୍ବରୁ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ସେହିପରି ଦଳର ୮୦ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି ।
ସମ୍ବଲପୁରରେ ଭାରତ ବନ୍ଦର ପ୍ରଭାବ
ସମ୍ବଲପୁର: ସଂରକ୍ଷଣ ଓ ସିଏଏକୁ ବିରୋଧ । ଭୀମ ଆର୍ମି ପକ୍ଷରୁ ଆଜି ଭାରତ ବନ୍ଦ ଡାକରା । ଯାହାର ପ୍ରଭାବ ସମ୍ବଲପୁରରେ ମଧ୍ୟ ଦେଖିବାକୁ ମିଳିଛି । ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ଅଟକ ରଖିଛନ୍ତି ଆନ୍ଦୋଳନକାରୀ । ସମ୍ବଲପୁର ରେଲୱେ ଷ୍ଟେସନରେ ରେଳ ରୋକ କରିଛି ଭୀମ ଆର୍ମି ।

ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସିଏଏ, ଏନଆରସି ଓ ଏନପିଆରକୁ ବିରୋଧ କରୁଛି ଦଳ । ଗତ ୭ ତାରିଖରେ ସୁପ୍ରିମକୋର୍ଟ ପଦୋନ୍ନତି ଏବଂ ଚାକିରୀ କ୍ଷେତ୍ରରେ ସଂରକ୍ଷଣକୁ ଏକ ମୌଳିକ ଅଧିକାର ନୁହେଁ ବୋଲି ରାୟ ଶୁଣାଇଥିଲେ । ଯାହାକୁ ବିରୋଧ କରୁଛି ଭୀମ ଆର୍ମି ।
ଦଳିଦେଲା ହାତୀ ଚାଲିଗଲା ୩ଜଣଙ୍କର ଜୀବନ, ୨ଜଣ ଗୁରୁତର
ପିପିଲି: ପିପିଲିରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ନିମାପଡ଼ା ବଳଙ୍ଗାରେ ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଯାଇଛି । ମୃତକ ହେଲେ ବଳଙ୍ଗାର ଯୁଗଳ ଭଟ୍ଟ ।

ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ସେହିପରି ଶନିବାର ବଳଙ୍ଗା ଚନ୍ଦ୍ରାଦେଇପୁରରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ଚନ୍ଦ୍ରାଦେଇପୁରର ମକରା ପଲେଇ ।

ସେପଟେ ହାତୀ ଆକ୍ରମଣରେ ତେରହଲ ଗାଁର ଦୁଇ ଜଣ ଗୁରୁତର ଆହାତ ହୋଇଛନ୍ତି । ଗତକାଲିଠୁ ହାତୀଟି ଗାଁ ମୁହାଁ ହୋଇଛି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା । ସେପଟେ ହାତୀଟି ଗୋଟିଏ ସ୍ଥାନରେ ରହୁ ନ ଥିବାରୁ ତାକୁ ଆୟତ୍ତ କରିବା କଷ୍ଟକ ହୋଇପଡ଼ିଛି ।


ହଁ, ମହାରାଷ୍ଟ୍ରର ଅନ୍ୟତମ ବ୍ୟସ୍ତ ବହୁଳ ସହର ପୁନେର ସଡ଼କରେ ଏବେ ଏହି ୭୧ ବର୍ଷୀୟ ମହିଳାଙ୍କୁ ଦେଖିବାକୁ ମିଳୁଛି । ଆଉ ତାଙ୍କର ଏହି ନିଆରା ଅନ୍ଦାଜକୁ ସାମାଜିକ ଗଣମାଧ୍ୟମରେ ମିଳିଛି ଜବରଦସ୍ତ ସମର୍ଥନ । ଲୋକେ ତାଙ୍କୁ ଡାକୁଛନ୍ତି ଟ୍ରାଫିକ୍ ଆଣ୍ଟି ।
ଏହି ୭୧ ବର୍ଷୀୟ ମହିଳା ଜଣଙ୍କ ହେଉଛନ୍ତି ନିର୍ମଳା ଗୋଖଲେ । ପୁନେର ଏସଏନଡିଟି କଲେଜ ରୋଡରେ ଟ୍ରାଫିକ୍ ଜାମ ଯୋଗୁଁ ଲୋକ ଫୁଟପାଥରେ ବାଇକ୍ ଚଳାଇଥାନ୍ତି । ଯାହାକୁ ବିରୋଧ କରି ଚର୍ଚ୍ଚାକୁ ଆସିଛନ୍ତି ନିର୍ମଳା । ତାଙ୍କ ଏହି ନିଆରା ଅନ୍ଦାଜକୁ ପୁନେ ଟ୍ରାଫିକ୍ ପୋଲିସ ବି ପ୍ରଂଶସା କରିଛି ।